ବିଧାନସଭା ପ୍ରଶ୍ନକାଳ : ଖୁବ୍‌ଶୀଘ୍ର ପୁରୀ, କଟକ ଓ ଭୁବନେଶ୍ବରରେ ଚାଲିବ ଇଲେକ୍ଟ୍ରିକ୍ ବସ୍

Published By : Prameya-News7 Bureau | July 20, 2019 IST

ଭୁବନେଶ୍ବର ୨୦|୭: ଆଜି ବିଧାନସଭା ପ୍ରଶ୍ନକାଳରେ ବିଜ୍ଞାନ ଓ କାରିଗରୀ ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ର ହୋଇଥିଲା । ୨୧ଟି ଜିଲ୍ଲାର ୩୯୨ ଗାଁରେ ସୋଲାର ଲାଇଟ୍ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୨୩.୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ଦେଉଛନ୍ତି। ସୌଭାଗ୍ୟ ଯୋଜନାରେ ୧୧ ହଜାର ୪୩୯ ଜଣ ପରିବାର ଉପକୃତ ହୋଇଛନ୍ତି ।

ସେହିପରି ଖୁବଶୀଘ୍ର ପୁରୀ, କଟକ ଓ ଭୁବନେଶ୍ବରରେ ଚାଲିବ ଇଲେକ୍ଟ୍ରିକ୍ ବସ୍ । ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ସଂସ୍ଥା ସହ ଏମଓୟୁ କରାଯିବ। ଏନେଇ ବିଭିନ୍ନ ସଂସ୍ଥାକୁ ଏମଓୟୁ ପ୍ରଦାନ କରାଯାଇଛି।  ପ୍ରଶ୍ନକାଳରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଏ ନେଇ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.