କଂଗ୍ରେସରେ ହାଇଡ୍ରାମା : ପଦ ଛାଡ଼ିବା ଜିଦ୍‌ରେ ରାହୁଲ, ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିଲେ କିଏ ହେବ ପରବର୍ତ୍ତୀ ଅଧ୍ୟକ୍ଷ ତାକୁ ନେଇ ଉଠିଛି ପ୍ରଶ୍ନ

Published By : Prameya-News7 Bureau | May 28, 2019 IST

ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଲାଗିରହିଛି ହାଇଡ୍ରାମା । ୬ ଜଣ ପିସିସି ମୁଖ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ସାରିଲେଣି । ସେପଟେ ଖୋଦ ରାହୁଲ ମଧ୍ୟ ପଦ ଛାଡ଼ିବା ଜିଦ୍‌ରେ ଅଟଳ । ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ଖୋଜିବା ପାଇଁ CWCକୁ ସେ ଜଣାଇଛନ୍ତି । ଏସବୁ ଭିତରେ ରାହୁଲଙ୍କୁ ସାକ୍ଷାତ କରି ମନାଇବାକୁ ଚେଷ୍ଟା କରିଛନ୍ତି ଭଉଣୀ ପ୍ରିୟଙ୍କାଙ୍କ ସହ କଂଗ୍ରେସର ବରିଷ୍ଠ ନେତା ।…

{"id":117034}

କଂଗ୍ରେସରେ ହଟଚମଟ । ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସରେ ସଙ୍କଟ ଲାଗିରହିଛି । ନିଜ ମୁଣ୍ଡକୁ ପରାଜୟର ଦୋଷ ନେଇ ସଭାପତି ପଦ ଛାଡିବାକୁ ଅଡିବସିଛନ୍ତି ରାହୁଲ ଗାନ୍ଧି । ହେଲେ ତାଙ୍କୁ ମନାଇବା ପାଇଁ ଉଦ୍ୟମ ଜାରି ରହିଛି ।

{"id":117035}

ଏଥିରେ ଦଳର ବରିଷ୍ଠ ନେତା ଉଦ୍ୟମ କରୁଛନ୍ତି । ରାହୁଲଙ୍କୁ ମନାଇବାକୁ ଭଉଣୀ ତଥା ପାର୍ଟି ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ଡେପୁଟି ସିଏମ୍ ସଚିନ ପାଇଲଟ, ରଣଦୀପ ସୁର୍ଜେୱାଲା ଭେଟି ମନାଇବା ପାଇଁ ଉଦ୍ୟମ କରିଛନ୍ତି ।

{"id":117036}

ମିଳିଥିବା ଖବର ଅନୁସାରେ, କିଛି ସର୍ତ୍ତ ସହ ସେ ସଭାପତି ରହିବେ ବୋଲି ଚାହୁଁଛନ୍ତି । ରାହୁଲଙ୍କୁ କୁହାଯାଇଛି ଦଳକୁ ବିକଳ୍ପ ମିଳିବା ଯାଏଁ ସେ ନିଜ ଇଚ୍ଛା ଅନୁସାରେ ଦଳରେ ପରିବର୍ତ୍ତନ କରିପାରିବେ । ଯେଭଳି ଚାହିଁଲେ ସେଭଳି ଦଳ ଚଳାଇପାରିବେ ।

{"id":117037}

ରାହୁଲ ନିଜ ଆଭିମୁଖ୍ୟରେ ନରମ ମନୋଭାବ ପୋଷଣ କରିବେ ଆଶା କରାଯାଉଛି । ପ୍ରିୟଙ୍କା ଗାନ୍ଧିଙ୍କ ସହ ଅହମ୍ମଦ ପଟେଲଙ୍କ ରାଉଣ୍ଡ ଟେବୁଲ୍‌ ବୈଠକ ପରେ ଏ ନେଇ ସହମତି ହୋଇଛି । ଏପରିକି CWC ବୈଠକ ବସିବା ସହ କଂଗ୍ରେସର ପରବର୍ତ୍ତୀ କ୍ୟାପଟେନ୍ କିଏ ହେବ ସେନେଇ ବି ଆଲୋଚନା ହେଉଛି ।

{"id":117038}

ସେପଟେ ଶୋଚନୀୟ ପରାଜୟ ପରେ ବିଭିନ୍ନ ରାଜ୍ୟର କଂଗ୍ରେସ ସଭାପତିଙ୍କ ଇସ୍ତଫାର ସୁଅ ଜାରି ରହିଛି । ୟୁପି, ଓଡିଶା ଓ ମହାରାଷ୍ଟ୍ର ପରେ ପଞ୍ଜାବର ପିସିସି ସଭାପତି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିଲେ କିଏ ହେବ ପରବର୍ତ୍ତୀ  ଅଧ୍ୟକ୍ଷ ? ଗାନ୍ଧି ପରିବାର ଛଡା ଦଳରେ ନେତୃତ୍ବ ନେବାକୁ କାହା ପାଖରେ ରହିଛି ଦକ୍ଷତା ?

{"id":117039}

ରାହୁଲଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ ସରକାର ଗଠନ କରିଛି । ଏପରିକି ବିଜେପି ଗଡ ଗୁଜରାଟରେ ୭୧ ବିଧାନ,ଭା ସିଟ୍‌ ସହ ବିରୋଧୀ ଦଳ ପଦରେ ବସିଛି, ଏହା ସତ୍ତ୍ବେ ବି ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ଏବେ ଦଳର ନୀତି ବଦଳାଇବାର ଆଭାସ ଦେଇଛି।

{"id":117040}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.