କଂଗ୍ରେସରେ ଅସମ୍ଭାଳ ପରିସ୍ଥିତି: ଭାଇ ପାଇଁ ବିଳମ୍ବ ହେଲାକି ଖଣ୍ଡପଡା ଟିକେଟ ଘୋଷଣା ? ସବୁଠି ବିଦ୍ରୋହ ଆଉ ଅସନ୍ତୋଷ

Published By : Prameya-News7 Bureau | April 04, 2019 IST

ଭୁବନେଶ୍ବର ୪|୪ (ଲକ୍ଷ୍ମୀଧର ମହାପାତ୍ର): କଂଗ୍ରେସକୁ ମହଙ୍ଗା ପଡିଲାଣି ଟିକେଟ ବଣ୍ଟନ  । ଅଶାୟୀ ଟିକେଟ ନପାଇ ଦଳ ଛାଡୁଥିବା ବେଳେ ଟି​‌କେଟ ପାଇବି ନିର୍ବାଚନ ଲଢ଼ିବାକୁ ମନାକରୁଛନ୍ତି ନେତା। ଏପଟେ ଖଣ୍ତପଡା ଟିକେଟ ବିଳମ୍ବରେ ଘୋଷଣା​‌ କରିବାକୁ ନେଇ କଂଗ୍ରେସ ଭବନରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ । ପିସିସି ସଭାପତି କାହାର ଦଳର ନା ଭାଇର । ଏଭଳି ସ୍ଥିତିରେ ଯେଉଁଭଳି ଭାବେ କଂଗ୍ରେସର ବରିଷ୍ଠ ନେତା ହାତ ଛାଡୁଛନ୍ତି ତାକୁ ଦେଖିଲେ ଏତିକି ବୁଝା ପଡୁଛି କଂଗ୍ରେସ କୋଡିଛି ଯେତିକି ମାଡୁଛି ସେତିକି…

{"id":100230}

କଂଗ୍ରେସ କୋଡୁଛି ଯେତିକି ମାଡୁଛି ସେତିକି । କେତେବେଳେ ଆଶାୟୀ ଟିକେଟ ନ ପାଇବାରୁ ଅସନ୍ତୋଷ ଜାହିର କରୁଛନ୍ତି ଆଉ କେତେବେଳେ କଂଗ୍ରେସ ଟିକେଟ ପାଇଲେ ଲଢ଼ୁନାହାନ୍ତି ନେତା। ଯାହାକୁ ନେଇ ଏବେ କଂଗ୍ରେସରେ ଗୁଞ୍ଜରଣ ସୃଷ୍ଟି ହେଲାଣି।  ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ବିଭୁ ତରାଇ ଆଜି ପଦ୍ମ ଧରିବାକୁ ଏଲାନ କରିଛନ୍ତି। ସେ ଜଗତ୍‌ସିଂହପୁର ଲୋକସଭା ପାଇଁ ପଦ୍ମ ପ୍ରାର୍ଥୀ ହେବେ। ଦଳ ପ୍ରାର୍ଥୀ କରିଥିବା  ୪ ନେତା ପୃଥ୍ବୀବଲ୍ଲଭ ପଟ୍ଟନାୟକ, ମୁକ୍ତିକାନ୍ତ ବିଶ୍ବାଳ, ଯୁଧିଷ୍ଟିର ସମାନ୍ତରାୟ ଯେଉଁ ଭଳି ଭାବେ ଟିକେଟ ଫେରେଇ ଦେଲ, ତାହା ଦଳj ନେତୃତ୍ବ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

{"id":100231}

ସେହିପରି ପିସିସି ସଭାପତିଙ୍କ ନିଷ୍ପତ୍ତି ଉପରେ ମଧ୍ୟ ଉଠିଲାଣି ପ୍ରଶ୍ନ।  କାହା ସାଙ୍ଗରେ ପିସିସି ସଭାପତି । ଦଳ ସାଙ୍ଗରେ ନା ଭାଇ ସାଙ୍ଗରେ।  ଖଣ୍ତପଡାରେ ନିର୍ବାଚନମଣ୍ତଳି ପାଇଁ ଆଜିଥିଲା ନାମାଙ୍କନ ପତ୍ର ଦାଖଲର ଶେଷ ଦିନ କିନ୍ତୁ ଦିନ ୧୨ ଟାବେଳେ କଂଗ୍ରେସ ଖଣ୍ତପଡା ପାଇଁ ପ୍ରାର୍ଥୀ ଘୋଷଣା କଲେ ନିରଞ୍ଜନ ।

{"id":100232}

କହିବା ବାହୁଲ୍ୟ ଖଣ୍ଡପଡ଼ାରେ ସାନଭାଇ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଆଉ ଭିତର ଦରଦ ହୁଏତ ଉପରକୁ ଚାଲିଆସିଛି, ଆଉ ସେଥିପାଇଁ ଖଣ୍ଡପଡ଼ାରେ ଏଭଳି ବିଳମ୍ବ କଲେ କି ନିରଞ୍ଜନ ଏମିତି ପ୍ରଶ୍ନ ଖୋଦ କଂଗ୍ରେସ ଭବନରେ ହିଁ ଶୁଣିବାକୁ ମିଳୁଛି। ସେପଟେ ସମ୍ବଲପୁର ପ୍ରାର୍ଥୀଙ୍କୁ ବିରୋଧ କରି କଂଗ୍ରେସ ନେତା ଅଶ୍ପନୀ ଗୁରୁ ଅସନ୍ତୋଷ ଜାହିର କରିଛନ୍ତି।

{"id":100233}

କଂଗ୍ରେସରୁ ଅସନ୍ତୋଷ ହୋଇ ଜଣକ ପରେ ଜଣେ ନେତା ଦଳ ଛାଡୁଥିବାବେଳେ ପିସିସି ସଭାପତିଙ୍କୁ କିଛି ଫରକ ପଡୁନି। ଟିକେଟ ଅସନ୍ତୋଷ ନେଇ ସଭାପତିଙ୍କୁ ପଚାରିଲେ ଉତ୍ତର ମିଳିଛି ​‌ଯେ ବିଜେପି ଓ ବି​‌ଜେଡି ଭଲ କମର୍ସିଆଲ ବିଜିନେସ କରୁଛନ୍ତି ସେଥିପାଇଁ ତାଙ୍କ ପାଖକୁ  ଅଧିକ ନେତା ଯାଉଛନ୍ତି।

{"id":100234}

କଂଗ୍ରେସ ଏପର୍ଯ୍ୟନ୍ତ ଚତୁର୍ଥପ୍ରର୍ଯ୍ୟୟର ୮ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।  ଭଦ୍ରକ ଲୋକସଭାର ଅଧୀନରେ ଥିବା ୫ ବିଧାନସଭା ଏବଂ ନିମାପଡା ପ୍ରାର୍ଥୀ ନେଇ ଆଡୁଆ ଏଯାଏଁ ତିଟୁନି । ଯେଉଁଥିପାଇଁ କଂଗ୍ରେସ ତାର ଟିକେଟ ଘୋଷଣା କରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.