Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଏନଆଇଏ ରିପୋର୍ଟକୁ ପରେ ବି ଚେତୁନି ଜିଲ୍ଲା ପ୍ରଶାସନ, ସୁରକ୍ଷା ବ୍ୟବସ୍ଥା ଢିଲା

16/10/2019 at 10:18 PM

ପୁରୀ୧୬।୧୦ :  ଓଡ଼ିଶାରେ ବାଂଲାଦେଶୀ ଆତଙ୍କୀ ସକ୍ରିୟ ଥିବା ନେଇ ଏନଆଇଏ ଆଲର୍ଟ ପରେ ଶ୍ରୀକ୍ଷେତ୍ର ପୁରୀର ସୁରକ୍ଷାକୁ ନେଇ ହଟଚମଟ ସୃଷ୍ଟି ହୋଇଛି । ପର୍ଯ୍ୟଟନ ତଥା ଆଧ୍ୟାତ୍ମିକ କ୍ଷେତ୍ର ପୁରୀକୁ ବହୁ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ ଏବଂ ସମୂଦ୍ରକୂଳରେ ସୁରକ୍ଷା ଏବେ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ଏମିତିରେ କ’ଣ ରହିଛି ପୂରା ବ୍ୟବସ୍ଥା ଆସନ୍ତୁ ଜାଣିବା। 

ବିଭିନ୍ନ ପର୍ବ ପର୍ବାଣୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ ପୁରୀରେ । ପ୍ରତ୍ୟେକ ଦିନ ହଜାର ହଜାର ଲୋକଛୁଟି ଆସନ୍ତି ଜଗନ୍ନାଥ ଧାମକୁ ।ଏମାନଙ୍କ ମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ ବି ଜମେ। ଏଣୁ ପର୍ଯ୍ୟଟନ ତଥା ଆଧ୍ୟାତ୍ମିକ କ୍ଷେତ୍ର ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ୍‌ । ଏବେ ଯେତେବେଳେ ଓଡ଼ିଶାରେ ବାଂଲାଦେଶୀ ଆତଙ୍କୀ ସକ୍ରିୟ ଥିବା ନେଇ ଏନଆଇଏ ଆଲର୍ଟ କରିଛନ୍ତି , ସେତେବେଳେ ଶ୍ରୀକ୍ଷେତ୍ରର ସୁରକ୍ଷା ଏବେ ଚାଲେଂଜ୍‌ ପାଲଟିଛି।

 ତେବେ ଆଲର୍ଟ ପରେ ପୁରୀରେ କ’ଣ ରହିଛି ସିକ୍ୟୁରିଟି ଆକ୍ସନ  ଆସନ୍ତୁ ଜାଣିବା।ପ୍ରତିଦିନ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ ପୁରୀ ଷ୍ଟେସନରେ। ହେଲେ  ଜଣଜଣ କରି ଲୋକଙ୍କୁ ଯାଞ୍ଚ କିନ୍ତୁ  ସମ୍ଭବ ନୁହେଁ ଏଠାରେ। ଏବେ  ଲଗେଜ୍‌ ଯାଞ୍ଚ ହେଉଥିବା ଦେଖିବାକୁ ମିଳୁଛି । ହେଲେ କୌଣସି ଯାଗାରେ ଯାତ୍ରୀମାନଙ୍କୁ ମେଟାଲ ଡିଟେକ୍ଟର ଯାଞ୍ଚ କରାଯାଉନି।  ଛୋଟବଡ଼ ବ୍ୟାଗ୍‌ ଧରି ଯିଏ ଯେମିତି ଅନାୟାସରେ ଯିବା ଆସିବା କରୁଛନ୍ତି । କିଛି ଯାଗାରେ  ଆରପିଏଫ୍‌ କିମ୍ବା ପୋଲିସ କର୍ମଚାରୀଙ୍କ ଦେଖିବା ବି ମିଳୁନି ।  

 ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ କାର୍ଯ୍ୟ କରାଯିବ ବୋଲି କହୁଛନ୍ତି ଆରପିଏଫ୍‌ ଅଧିକାରୀ । ହେଲେ ତାଙ୍କ ବଡିଲାଙ୍ଗୁଏଜ୍‌ ଯାହା କହୁଛି  ଆଲର୍ଟ ପରେ ବି ସୁରକ୍ଷାକୁ ନେଇ ସେତେଟା ସିରିୟସ୍‌ ନାହାନ୍ତି ବଡ଼ବାବୁ । ଷ୍ଟେସନ କଥା ତ ଏପରି ଏବେ ଚାଲନ୍ତୁ ସହର ଓ ସମୂଦ୍ରକୂଳକୁ  ସବୁଦିନ ଭଳି ଏବେ ମଧ୍ୟ ପୁରୀରେ ଚିରାଚରିତ ଭାବେ ସବୁ କିଛି ଚାଲିଛି ।

 ଆଲର୍ଟ ପରେ ହାଇ ସିକ୍ୟୁରିଟିକୁ ନେଇ ଯେମିତି ଆକ୍ସନ ଦେଖାଯିବା କଥା ତାହା ଦେଖିବାକୁ ମିଳୁନି । ମୁକୁଳା ପଡ଼ିଛି ସମୁଦ୍ରକୂଳ । ସହର ଭିତରକୁ ରହିଥିବା ପ୍ରବେଶ ପଥରେ କୋଉଠି ବି ଚେକିଂ ବ୍ଲକିଂ କିଛି ବି ନାହିଁ । ପୁରୀକୁ ପ୍ରତିଦିନ ହଜାର ହଜାର ଲୋକ ବାହାରୁ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି । ତେବେ କେବଳ ପୋଲିସର ଆଲର୍ଟ ଉପରେ ଭରସା କଲେ ବି ହେବନି । ସମ୍ଭାବ୍ୟ ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବାକୁ ହେଲେ ଜନସାଧାରଣ ମଧ୍ୟ ସଚେତନ ହେବା ଜରୁରୀ । କୌଣସି ସଂଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷକୁ ଦେଖିଲେ ତୁରନ୍ତ ପୋଲିସକୁ ଖବର ଦେବା ଦରକାର । ନିଜ ଆଖପାଖରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଆକ୍ଟିଭିଟି ଉପରେ ମଧ୍ୟ ନଜର ରଖନ୍ତୁ ।

   Related Posts