Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ହାଇଦ୍ରାବାଦ ଏନ୍‌କାଉଣ୍ଟରକୁ ନେଇ ଉଠିଥିବା ୫ଟି ବଡ ପ୍ରଶ୍ନ

7/12/2019 at 4:33 PM

ହାଇଦ୍ରାବାଦ – ହାଇଦ୍ରାବାଦରେ ୪ ଜଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୁଲିସକୁ ଆକ୍ରମଣ ଅଭିଯୋଗରେ ଏନ୍‌କାଉଣ୍ଟର କରାଯାଇଥିବା ଘଟଣାକୁ ଅନେକ ସମର୍ଥନ କରୁଥିବା ବେଳେ କେତେକ ଏହାକୁ ନେଇ ପ୍ରଶ୍ନ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଆଇନତଃ ଫାଶୀ ହେବା ପ୍ରାୟ ନିଶ୍ଚିତ ଥିବାବେଳେ ପୁଲିସ ଏନ୍‌କାଉଣ୍ଟରକୁ କେତେଜଣ ଅନ୍ୟ ଦୃଷ୍ଟିରେ ଦେଖିଛନ୍ତି। ମାତ୍ର ଏହି ତ୍ୱରିତ୍ୱ ପ୍ରକ୍ରିୟାକୁ ଲୋକଙ୍କର ବିପୁଳ ସମର୍ଥନ ମିଳିଛି ।

ଏହାକୁ ନେଇ ହାଇଦ୍ରାବାଦରେ ପୁଲିସକୁ ଲୋକ ରାକ୍ଷୀ ବାନ୍ଧିବା ସହ ମିଠା ଖୁଆଇ ଫୁଲ ଫିଙ୍ଗି ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ଏହି କଥିତ ଏନ୍‌କାଉଣ୍ଟରକୁ କେତେଜଣ ବୀରତାପୂର୍ଣ୍ଣ କାର୍ଯ୍ୟ କହୁଥିବା ବେଳେ ଅନ୍ୟ କେତେଜଣ ଏହାକୁ ସତ୍ୟତାକୁ ନେଇ ପ୍ରଶ୍ନ କରିଛନ୍ତି । ଏହାର ନିରପକ୍ଷ ତଦନ୍ତ ଦାବି କରାଯାଇଛି ।

ଜାତୀୟ ମାନବାଧିକାର ଆୟୋଗ ଏହି ଘଟଣାକୁ ନେଇ ଏକ ଟିମ୍‌କୁ ଯାଞ୍ଚ ନିର୍ଦେଶ ଦେଇଛନ୍ତି । ଏସ୍‌ଏସ୍‌ପି ସ୍ତରର ଜଣେ ଅଧିକାରୀ ଏହାର ଯାଞ୍ଚ କରିବେ ।

ତେଲେଙ୍ଗାନା ହାଇକୋର୍ଟ ବି ରାଜ୍ୟ ସରକାରଙ୍କୁ ଅଭିଯୁକ୍ତମାନଙ୍କର ଶବକୁ ୯ ଡିସେମ୍ବର ସନ୍ଧ୍ୟା ୮ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି । ଶବ ବ୍ୟବଚ୍ଛେଦର ଭିଡିଓ ଗ୍ରାଫି କରିବା ସହ ଏହାକୁ କୋର୍ଟରେ ଜମା କରିବା ପାଇଁ ନିର୍ଦେଶ ଦେଇଛନ୍ତି ।


ସେହପରି ଅଭିଯୁକ୍ତମାନଙ୍କ ପରିବାର ଲୋକ ମାମଲା କୋର୍ଟରେ ଚାଲିବା ପୂର୍ବରୁ ଅଭିଯୁକ୍ତମାନଙ୍କୁ ପୁଲିସ୍‌ ଏନ୍‌କାଉଣ୍ଟର କରିବା ନେଇ ପ୍ରଶ୍ନ ଉଠାଇଛି ।

   Related Posts