Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କିନ୍ନରଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳ ଦାବି କଲା କୁଇର୍ ରାଇଟ୍ ଫାଉଣ୍ଡେସନ

16/10/2020 at 2:33 PM

ପୁଣେ ୧୬/୧୦: କିନ୍ନରଙ୍କ ପାଇଁ ରାତି ଆଶ୍ରୟସ୍ଥଳ ଦାବି କରିଛି ବିନ୍ଦୁ କୁଇର୍ ରାଇଟ ଫାଉଣ୍ଡେସନ। ଏହି ଫାଉଣ୍ଡେସନ ଏଲଜିବିଟିଆଇକ୍ୟୁ କମ୍ୟୁନିଟିଙ୍କ ସ୍ବାସ୍ଥ୍ୟ ଓ ଅଧିକାର ଦିଗରେ କାମ କରିଥାଏ। ପୁଣେ ମେୟର ମୁରଲିଧର ମୋହଲଙ୍କ ପାଖରେ ଏହି ଫାଉଣ୍ଡେସନ୍ କିନ୍ନରଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳ ନିର୍ମାଣ ଦାବି କରିଛି।

ଅକ୍ଟୋବର ୧୩ରେ ସେ ଏକ ଚିଠି ଲେଖିଥିଲେ ଯେଉଁଥିରେ ‘ରାତ୍ର ନିବାର’ ବା ନାଇଟ୍ ସେଲ୍ଟର କିନ୍ନରଙ୍କ ପାଇଁ ଖୋଲିବାକୁ କୁହାଯାଇ ଥିଲା। ଫାଉଣ୍ଡେସନର ଏହି ପ୍ରସ୍ତାବକୁ ୧୧ ଅତିରିକ୍ତ ସଂସ୍ଥା ମଧ୍ୟ ସମର୍ଥନ କରିଛନ୍ତି। ବହୁ ବର୍ଷ ହେବ କିନ୍ନରଙ୍କୁ ସେମାନଙ୍କ ପରିବାର ଲୋକ ଅତ୍ୟାଚାର ତଥା ନିର୍ଯ୍ୟାତନା ଦେଇଥାନ୍ତି। ଏହା ସହ ସେମାନଙ୍କୁ ଉଭୟ ଶାରୀରିକ ଓ ମାନସିକ କଷ୍ଟ ଭୋଗିବାକୁ ପଡ଼ିଥାଏ। ଏପରିକି ସେମାନଙ୍କୁ ଘରୁ ମଧ୍ୟ ବାହାର କରି ଦିଆଯାଏ। ଏଭଳି ସ୍ଥିତିରେ ସେମାନେ ଆଶ୍ରୟ ପାଇଁ ଅନ୍ୟ କିନ୍ନରଙ୍କ ସହ ରହିଥାନ୍ତି।

ମାତ୍ର ସବୁ କିନ୍ନର ଏଭଳି ଆଶ୍ରୟ ପାଇ ନ ଥାନ୍ତି। ଅର୍ଥାତ ସମସ୍ତଙ୍କୁ ସୁବିଧା ମିଳି ନ ଥାଏ। ଏଣୁ ପୁଣେ ମୁନସପାଲ କର୍ପୋରେସନ୍ ସେମାନଙ୍କ ଜରୁରୀକାଳୀନ ପରିସ୍ଥିତିରେ ଦୁଇରୁ ତିନିଜଣ କିନ୍ନରଙ୍କ ରହିବା ପାଇଁ ରାତ୍ରି ଆଶ୍ରୟସ୍ଥଳ ନିର୍ମାଣ କରିବା ଦରକାର ବୋଲି କୁଇର ଫାଉଣ୍ଡେସନ କହିଛି।  

   Related Posts