ହ୍ୟାରି ଓ ମେଘନ୍‌ଙ୍କ ବର୍ଣ୍ଣ ବୈଷମ୍ୟ ଅଭିଯୋଗକୁ ନେଇ ବ୍ରିଟିଶ୍‌ ରାଜପରିବାରରେ ଝଡ : ପ୍ରତିକ୍ରିୟା ଦେବାକୁ ମନା କଲେ ରାଣୀ ଏଲିଜାବେଥ୍

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ ୦୯/୦୩ : ବ୍ରିଟିଶ୍‌ ରାଜପରିବାରରେ ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜପରିବାରର ସଦସ୍ୟ ପ୍ରିନ୍ସ ହ୍ୟାରୀଙ୍କ ପତ୍ନୀ ମେଘନ ରାଜପରିବାର ବିରୁଦ୍ଧରେ ବର୍ଣ୍ଣବୈଷମ୍ୟକୁ ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ମେଘନ କହିଛନ୍ତି, ରାଜପରିବାରରେ ସଦସ୍ୟମାନେ ତାଙ୍କ ପୁଅ ଆର୍ଚୀଙ୍କ ଶରୀରର ରଙ୍ଗକୁ ନେଇ ବିଭିନ୍ନ ସମୟରେ ଅପମାନ ଦେଉଛନ୍ତି । ଏଭଳି ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧିପାଉଛି । ଏଥି​‌ରେ ଅତିଷ୍ଟ ହୋଇ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଭାବିଥିଲେ ବୋଲି ମେଘନ କହିଛନ୍ତି ।

{"width":577,"height":433}
महारानी कर रही हैं इंतजार

ସେଲିବ୍ରିଟି ଟକ୍‌ ସୋ’ ହୋଷ୍ଟ ଓପରା ଓ୍ବିନ୍‌ଫ୍ରେଙ୍କ ଦେଇଥିବା ସାକ୍ଷାତକାରରେ, ବ୍ରିଟିସ୍ ରାଜପରିବାର ବିରୁଦ୍ଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରିନ୍ସ ହ୍ୟାରୀ ଏବଂ ପତ୍ନୀ ମେଘନ ମାର୍କଲ । ଏହା ସହିତ ରାଜ ପରିବାର ସହ ଜଡିତ ଅନେକ ରହସ୍ୟ ଉପରୁ ମଧ୍ୟ ଉଭୟ ପର୍ଦ୍ଦା ଉଠାଇଛନ୍ତି । ସାକ୍ଷାତକାର ବେଳେ ମେଘନ କହିଛନ୍ତି, ରୟାଲ ପରିବାରର ସଦସ୍ୟମାନେ ତାଙ୍କ ପୁଅ ଆର୍ଚୀଙ୍କୁ ରାଜକୁମାର ଭାବେ ଦେଖିବାକୁ ଚାହୁଁନାହାନ୍ତି । କାହିଁକି ନା ସେମାନଙ୍କୁ ଲାଗୁଛି ଆର୍ଚୀଙ୍କ ରଙ୍ଗ କଳା । ତେଣୁ ରାଜ ପରିବାରରେ ବର୍ଣ୍ଣ ବୈଷମ୍ୟ ଭେଦଭାବ ଚାଲିଛି ବୋଲି ଉଭୟ ଖୋଲାଖୋଲି ଭାବେ ଅଭିଯୋଗ କରିଛନ୍ତି ।

Royal family: 7 words they do not use | HELLO!

କେବଳ ସେତିକି ନୁହେଁ, ପ୍ରିନ୍ସ ହ୍ୟାରି କହିଛନ୍ତି, ‘ତାଙ୍କ ପିତା ତଥା ବ୍ରିଟିସ୍‌ ସିଂହାସନର ଉତ୍ତରାଧିକାରୀ ରହିସାରିଥିବା ପ୍ରିନ୍ସ ଚାର୍ଲସ୍‌ ତାଙ୍କ ଫୋନ ମଧ୍ୟ ଉଠାଇବା ମଧ୍ୟ ବନ୍ଦ କରିଦେଇଥିଲେ ଏବଂ କୌଣସି ପ୍ରକାରର ଆର୍ଥିକ ସହାୟତା ମଧ୍ୟ କରୁନଥିଲେ । ’

How the Royal Family's love of photography kept the monarchy alive

ଘଟଣାକୁ ନେଇ କୁଇନ୍‌ ଏଲିଜାବେଥ ବର୍ତ୍ତମାନ ପାଇଁ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଦେଇଛନ୍ତି । ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ପତ୍ନୀ ମେଘନ ମାର୍କଲ ଆଣିଥିବା ଅଭିଯୋଗ ଉପରେ ବିଚାର ବମର୍ଷ କରିବାକୁ ନିଷ୍ପତ୍ତି ନେଇଛନ୍ତି କୁଇନ୍‌ ଏଲିଜାବେଥ୍‌ । ତେବେ ବର୍ତ୍ତମାନ ଏହି ମାମଲା​‌ରେ କୌଣସି ପ୍ରତିକ୍ରିୟା ଜାରି କରିବାକୁ ମନାକରିଦେଇଛନ୍ତି ବ୍ରିଟିସ୍‌ ରାଣୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.