ମହିଳାଙ୍କୁ ଯୌନ ନିର୍ଯ୍ୟାତନା : କୁଇନ୍ ଏଲିଜାବେଥ୍‌ଙ୍କ ସମ୍ପର୍କୀୟଙ୍କୁ ୧୦ ମାସ ଜେଲ, ରାୟ ଶୁଣାଇଲେ କୋର୍ଟ

Published By : Prameya-News7 Bureau | February 23, 2021 IST

ଲଣ୍ଡନ ୨୩/୦୨ : ଜଣେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଇଂଲଣ୍ଡ ରାଣୀ କୁଇନ୍‌ ଏଲିଜାବେଥ୍ (ଦ୍ବିତୀୟ)ଙ୍କ ସମ୍ପର୍କୀୟଙ୍କୁ ଦଣ୍ଡାଦେଶ ହୋଇଛି । ଡୁଣ୍ଡେ ସେରିଫ୍‌ କୋର୍ଟ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଇଂଲଣ୍ଡ ରାଣୀ କୁଇନ୍‌ ଏଲିଜାବେଥ୍ (ଦ୍ବିତୀୟ)ଙ୍କ ସମ୍ପର୍କୀୟ ସାଇମନ୍ ବୋଉସ୍-ଲିଅନ୍‌ଙ୍କୁ ୧୦ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାକୁ ନେଇ ସାଇମନ୍ ବୋଉସ୍-ଲିଅନ୍‌ କୋର୍ଟଙ୍କ ସମ୍ମୁଖରେ ସ୍ବୀକାର କରିଥିଲେ ଏବଂ ଘଟଣାକୁ ନେଇ ଅନୁତାପ କରିଥିଲେ ।

ସୂଚନା ଅନୁଯାୟୀ ଏହି ଘଟଣା ୨୦୨୦ ଫେବୃଆରୀରେ ଘଟିଥିଲା । ସ୍କଟ୍‌ଲାଣ୍ଡ ସ୍ଥିତ ନିଜର ପୈତୃକ ଘରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ସାଇମନ୍ ବୋଉସ୍-ଲିଅନ୍‌ । ଘଟଣାକୁ ନେଇ ୩୪ ବର୍ଷୀୟ ଲିଅନ୍‌ ଅନୁତାପ କରିବା ସହିତ, ଲଜ୍ଜିତ ବୋଲି କହିଥିଲେ । ଏହା ସହିତ ସେ କହିଛନ୍ତି, ‘ଘରକୁ ଆସିଥିବା ଜେଣ ଅତିଥିଙ୍କ ପ୍ରତି ଏପରି ଜଘନ୍ୟକାଣ୍ଡ ପାଇଁ ସମସ୍ତଙ୍କୁ କ୍ଷମା ମାଗୁଛି।’

ସାଇମନ୍ ବୋଉସ୍-ଲିଅନ୍‌ଙ୍କୁ ମଙ୍ଗଳବାର ସ୍କଟ୍‌ଲାଣ୍ଡର ଡୁଣ୍ଡେ ସେରିଫ୍‌ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଘଟଣାର ଶୁଣାଣି କରି ଲିଅନ୍‌ଙ୍କୁ ୧୦ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.