କରୋନା ଟିକା ନେଲେ କ୍ବିନ୍‌ ଏଲିଜାବେଥ୍‌ ଓ ପ୍ରିନ୍ସ ଫିଲିପ୍‌

Published By : Prameya-News7 Bureau | January 09, 2021 IST

ଲଣ୍ଡନ ୦୯/୦୧: କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭ୍ୟାକସିନ୍‌ ଆସିସାରିଛି। ଇଂଲଣ୍ଡରେ ଏବେ ଟିକାକରଣ ଚାଲିଛି। ଶନିବାର କ୍ବିନ୍‌ ଏଲିଜାବେଥ୍‌ ଓ ପ୍ରିନ୍ସ ଫିଲିପ୍‌ କରୋନା ଟିକା ନେଇଛନ୍ତି। ଏନେଇ ବକିଂହାମ୍‌ ରାଜପ୍ରାସାଦ ପକ୍ଷରୁ ସୂଚନା ଦିଆଯାଇଛି।

ଶନିବାର ଓ୍ବିଣ୍ଡସୋର କାଷ୍ଟେଲ୍‌ରେ ପ୍ରଶାସନ ପକ୍ଷରୁ ଆୟୋଜିତ ଟିକାରକରଣ କାର୍ଯ୍ୟକ୍ରମରେ ବ୍ରିଟିଶ ରାଜଦମ୍ପତି ଟିକା ନେଇଥିବା ଜଣାପଡ଼ିଛି। କ୍ବିନ୍‌ ଏଲିଜାବେଥଙ୍କ ବୟସ ୯୪ ହୋଇଥିବା ବେଳେ ପ୍ରିନ୍ସ ଫିଲିପ୍‌ଙ୍କ ବୟସ ୯୯। ଦେଢ଼ ମିଲିୟନ୍‌ ଲୋକଙ୍କ ସହ ବ୍ରିଟିଶ ରାଜଦମ୍ପତି ମଧ୍ୟ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି।

ଲକ୍‌ଡାଉନ୍‌ ପାଖରୁ ବ୍ରିଟିଶ ରାଜ ଦମ୍ପତି ଓ୍ବିଣ୍ଡସୋର କାଷ୍ଟେଲ୍‌ ବାସଭବନରେ ରହିଆସୁଛନ୍ତି। ଏପରିକି ଖ୍ରିଷ୍ଟମାସ୍‌ ମଧ୍ୟ ନିରାଡମ୍ବର ଭାବେ ପାଳନ କରିଥିଲେ। ଏହି ଉତ୍ସବ ବର୍କସାୟର ବାସଭବନରେ ପାଳନ କରିଥିବା ବେଳେ ଏଥିରେ ଲୋକଙ୍କ ସମାଗମ ଉପରେ ରୋକ ଲଗାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.