Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିରାଡମ୍ବର ଜନ୍ମଦିନ ପାଳନ କରିବେ ରାଣୀ ଏଲିଜାବେଥ୍, ହେବନାହିଁ ଗନ୍ ସାଲ୍ୟୁଟ୍ କାର୍ଯ୍ୟକ୍ରମ

18/04/2020 at 8:38 PM

ଲଣ୍ଡନ, ୧୮|୦୪:  ଚଳିତ ଥର କୁଇନ୍ ଏଲିଜାବେଥ୍ ନିଜର ୯୪ତମ ଜନ୍ମଦିବସ ପାଳନ କରିବେ । କିନ୍ତୁ କରୋନା ସଙ୍କଟ ମଧ୍ୟରେ ସେ ବନ୍ଧୁକ ସଲାମୀ କାର୍ଯ୍ୟକ୍ରମକୁ ବନ୍ଦ କରିଛନ୍ତି । ଏନେଇ ବକିମହାମମ୍ ପ୍ୟାଲେସ ତରଫରୁ ସୂଚନା ଦିଆଯାଇଛି ।

ବକିମହାମ୍ ପ୍ୟାଲେସ୍ କହିଛି ଯେ, ଚଳିତ ଥର ବନ୍ଧୁକ ସାଲ୍ୟୁଟ୍ ହେବ ନାହିଁ । କରୋନା ସଙ୍କଟକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହି ଦିନ ଲଣ୍ଡନରେ ରାଜପରିବାର ପକ୍ଷରୁ ଆକାଶକୁ ବ୍ଲାଙ୍କ୍ ଫାୟାରିଂ କରାଯାଏ ।  କିନ୍ତୁ ଗତ ୬୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି । ଏହାସହ ପ୍ୟାଲେସର ସମସ୍ତ ଭିଡିଓ ଓ ଫୋନ କଲକୁ ବ୍ୟକ୍ତିଗତ ରଖାଯିବ ।ତେବେ ସରକାରୀ ବିଲ୍ଡିଂରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପୂର୍ବପରି ଅନୁଷ୍ଠିତ ହେବ ।

ଲଣ୍ଡନରେ କରୋନା ଅଧିକ ତାଣ୍ଡବ ରଚିଛି । ତେଣୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ କୌଣସି ଉତ୍ସବ ପାଳନ ନ କରିବା ପାଇଁଁ କୁହାଯାଇଛି । ଏଠାରେ ପ୍ରାୟ ୧୪ ହଜାରରୁ ଅଧିକ ସଂକ୍ରମିତ ପ୍ରାଣ ହରାଇ ସାରିଛନ୍ତି ।

   Related Posts