ଦିଲ୍ଲୀରେ ହାହାକାର ! ଅନ୍ତିମ ସତ୍କାର ପାଇଁ ଶ୍ମଶାନରେ ମିଳୁନି ସ୍ଥାନ

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮/୦୪: ଦିଲ୍ଲୀରେ ବଢୁଥିବା କରୋନା ଭାଇରସ୍ ମାମଲାରେ ହାହାକାର ପଡିଛି । ଗୋଟିଏ ପଟେ ପ୍ରତିଦିନ ବହୁ ସଂଖ୍ୟକ କରୋନା ସଂକ୍ରମିତ ମାମଲା ଚିହ୍ନଟ ହେଉଥିବା ବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପରିସ୍ଥିତି ଏପରି ହୋଇଯାଇଛି ଯେ ଶ୍ମଶାନ ବାହାରେ ମଧ୍ୟ ଶବର ଲାଇନ୍ ଲାଗୁଛି ।  କେବଳ ଏତିକି ନୁହେଁ, ଅନ୍ତିମ ସତ୍କାର କରିବା ପାଇଁ ମଧ୍ୟ ଶ୍ମଶାନରେ କୌଣସି ସ୍ଥାନ ବାକି ନାହିଁ ।

PunjabKesari

କଂଗ୍ରେସ ନେତା ଅଜୟ ମାକେନ୍ ସୋସିଆଲ ମିଡିଆରେ ଦିଲ୍ଲୀ ଶ୍ମଶାନ ଘାଟର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଏହି ହୃଦୟସ୍ପର୍ଶୀ ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଘରେ ରୁହନ୍ତୁ । ଟେଷ୍ଟିଙ୍ଗ ପାଇଁ ଲମ୍ବା ଲାଇନ ଲାଗୁଛି । ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ତାହାଠାରୁ ଆହୁରି ଲମ୍ବା ଲାଇନ ଲାଗୁଛି । ବର୍ତ୍ତମାନ ଶ୍ମଶାନରେ ମଧ୍ୟ ଶବଦାହ ପାଇଁ ଲାଇନ୍ ଲାଗିଛି । ସେଥିପାଇଁ ଭଲ ହେବ - ଘରେ ରୁହନ୍ତୁ । କୋଭିଡ ନିୟମ ଅନୁସରଣ କରି ସୁସ୍ଥ ରୁହନ୍ତୁ ।

wp:html /wp:html

ଦିଲ୍ଲୀରେ ହଜାର ହଜାର କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଡାକ୍ତରଖାନାରେ ଅମ୍ଳଜାନ ଅଭାବ ହେତୁ ରୋଗୀମାନେ ମଧ୍ୟ ଜୀବନ ହରାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.