ଜୟପୁର ରାଣୀଗଡ ଗୁମ୍ମା ପଥର କ୍ୱାରୀରେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର ଉଦ୍ୟମ ଜାରି

Published By : Prameya-News7 Bureau | June 09, 2018 IST

ଜୟପୁର ରାଣୀଗଡ ଗୁମ୍ମା ପଥର କ୍ୱାରୀରେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି । ଗତକାଲି ୫ଟି ବ୍ଲାଷ୍ଟ କରାଯାଇ ପଥରକୁ ଖଣ୍ଡ କରାଯାଇଥିଲା । କିନ୍ତୁ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନି । ତେଣୁ ଆଜି ଅଧିକ ବ୍ଲାଷ୍ଟ କରାଯିବାର ସୂଚନା ରହିଛି । ସେହି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏଥି ସହ ପଥର କ୍ବାରୀର ୧ କିଲୋମିଟର ମଧ୍ୟରେ ଯାତାୟତ ବନ୍ଦ କରାଯାଇଛି । ସେନା ସହାୟତାରେ ଖୁବ୍ ଶୀଘ୍ର ପଥର ତଳେ ଫସିଥିବା ଦୁଇ ଅପରେଟରଙ୍କୁ ଉଦ୍ଧାର ନେଇ ଆଶା ସୃଷ୍ଟି ହୋଇଛି । ଆଜିକୁ ୧୦ ଦିନ ହେଲା ପଥର ତଳେ ୨ ଜେସିବି ଅପରେଟର ଘନଶ୍ୟାମ ଓ ସଞ୍ଜୟ ଫସିଥିବା ବେଳେ ଏକ ଅନିଶ୍ଚିତ ଆଶଙ୍କାରେ ଏବେ ବି ପରିବାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.