ସରପଞ୍ଚ- ଲେଡି ସପ୍ଲାଏ ଇନ୍ସପେକ୍ଟରଙ୍କ ଭୀଷଣ ଝଗଡ଼ା: ଭିଡିଓ ଭାଇରାଲ

Published By : Prameya-News7 Bureau | August 19, 2020 IST

 ଭଦ୍ରକ୧୯/୮: ବ୍ଲକ କାର୍ଯ୍ୟାଳୟର ସପ୍ଲାଏ ଇନ୍ସପେକ୍ଟର ଏବଂ ସରପଞ୍ଚଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ଏବେ ହାଟରେ ପଡି ଦାଣ୍ଡରେ ଗୁଡୁଛି। ଏମାନଙ୍କ କଳି ଝଗଡ଼ାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ରାସନ କାର୍ଡ ନେଇ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ସରପଞ୍ଚ କୀର୍ତ୍ତନ ରାଉତ ଏବଂ ଉକ୍ତ ବ୍ଳକର ଯୋଗାଣ ନିରିକ୍ଷୀକାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସର୍ବସମ୍ମୁଖରେ ଏମାନେ ଯୁକ୍ତିତର୍କ ଲାଗିଥିଲେ। ଦେଖନ୍ତୁ...

wp:html /wp:html

ପ୍ରଥମେ  ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଦୁହିଁଙ୍କ କଳି ଉଗ୍ରରୂପ ନେଇଥିଲା।  ଏହି ସମୟରେ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଉକ୍ତ ବ୍ଲକର ବିଡିଓ ଉଭୟଙ୍କ ଝଗଡ଼ାରେ ହସ୍ତକ୍ଷେପ କରି ବୁଝାଇବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.