କ୍ଵାରେଣ୍ଟାଇନ୍‌ ସେଣ୍ଟରକୁ ଆଖଡାଶାଳ କଲେଣି ପ୍ରବାସୀ , ଖେଳୁଛନ୍ତି କବାଡି

Published By : Prameya-News7 Bureau | May 24, 2020 IST

ଭଦ୍ରକ ୨୪।୦୫ : କରୋନାରୁ ରକ୍ଷା ପାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅପ୍ରଣେ ଉଦ୍ୟମ କରୁଛନ୍ତି । ସମସ୍ତଙ୍କ ସୁରକ୍ଷା ପାଇଁ କାହିଁ କେତେ ନିୟମ କରିଛନ୍ତି । ପ୍ରବାସୀଙ୍କ ଫେରିବା ଓ ରହିବା ପାଇଁ କେତେ ପ୍ରକାର ବ୍ୟବସ୍ଥା କରାଯାଇଛି । ବାହାରୁ ଆସିବା ସହ ରହିବା ପାଇଁ କ୍ଵରେଣ୍ଟାଇନ ସେଣ୍ଟର , ଖାଇବା ପାଇଁ ମେନୁ ମଧ୍ୟ ନିର୍ଦ୍ଧାରିତ ହୋଇଛି । କ୍ଵାରେଣ୍ଟାଇନ ସେଣ୍ଟରରେ ୨୪ ଘଣ୍ଟିଆ ବିଜୁଳି ସଂଯୋଗ , ଶୋଇବା ପାଇଁ ବେଡ଼ , ତିନି ଓଳି ଖାଇବା , ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା ରହିଛି । କିନ୍ତୁ କେତେକ ନିୟମ ମଧ୍ୟ ନିର୍ଦ୍ଧାରଣ କରିଛନ୍ତି ସରକାର ।

{"id":275154,"sizeSlug":"large"}

ଓଡିଶା ଫେରିବା ପରେ କେତେକ ପ୍ରବାସୀ କିନ୍ତୁ ନିୟମକୁ ନମାନିବା ପାଇଁ ଯେମିତି ପଣ କରିଛନ୍ତି । କେତେବେଳେ ଟିକଟକ କରୁଛନ୍ତି ତ କେତେବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଗାଲିଗୁଲଜ ଓ ମାଡ ମାରିଥିବା ଅଭିଯୋଗ ହେଉଛି । କଥା ଥାନା ପର୍ଯ୍ୟନ୍ତ ଯାଉଛି ଆଉ ଅଭିଯୁକ୍ତ ପ୍ରବାସୀ ଙ୍କ ନାଁ ରେ ମାମଲା ମଧ୍ୟ ହେଉଛି । ଏମିକି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ।

{"id":275155,"sizeSlug":"large"}

ତିହିଡି ବ୍ଲକ ର ଏକ ମହିଳା ଉଚ୍ଚବିଦ୍ୟାଳୟକୁ ପ୍ରବାସୀ ଙ୍କ ପାଇଁ କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଛି । ପ୍ରାୟ ୨୦୦ ପ୍ରବାସୀ ଏଠାରେ ରହୁଥିବା ସୂଚନା ମିଳିଛି । ଏଠି ସାମାଜିକ ଦୂରତା ନିୟମ କେହି ମାନୁନଥିବା ଦେଖିବାକୁ ମିଳିଛି । କ୍ଵରେଣ୍ଟାଇନ ସେଣ୍ଟରକୁ ଆଖଡାଶାଳ କରିଦେଇଛନ୍ତି । ଟିକେ ଟାଇମ ପାଇଲେ କବାଡି ଖେଳରେ ମାତୁଛନ୍ତି କେଇ ଜଣ ପ୍ରବାସୀ । ଅନ୍ୟ ରାଜ୍ୟରେ ଅସୁବିଧାରେ ରହୁଥିବା କହି ନିଜ ରାଜ୍ୟକୁ ଫେରିଛନ୍ତି ସତ । କିନ୍ତୁ ସରକାରଙ୍କର ନିୟମକୁ ଖୁଲାମଖୁଲା ଉଲଂଘନ କରୁଥିବା ଦେଖିବା ପାଇଁ ମିଳିଛି । ଘଟଣା ନେଇ ପ୍ରଶାସନିକ ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.