Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଚୀନରେ ବଡ ଦୁର୍ଘଟଣା, ୭୦ କରୋନା ସଂକ୍ରମିତ ରୋଗୀରେ ଭର୍ତ୍ତି କୋଠା ଭୁଶୁଡିଲା , ଉଦ୍ଧାରକାର୍ଯ୍ୟ ଜାରି

7/03/2020 at 9:12 PM

ନୂଆଦିଲ୍ଲୀ ୦୭।୦୩- ଚୀନର ଫୁଜିଆନା ପ୍ରାନ୍ତରେ ଶନିବାର ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଚୀନ ସରକାରୀ ଗଣମାଧ୍ୟମ ଅନୁଯାୟୀ କୁଆନଜୋ ସହରରେ ସ୍ଥିତ ସିନଜିଆ ହୋଟେଲ୍ ଶନିବାର ଭୁଶୁଡି ପଡିଛି। ଏହି ଘଟଣାରେ ଭଗ୍ନାବଶେଷ ତଳେ ୭୦ ଲୋକ ଦବି ରହିଥିବା କୁହାଯାଉଛି।

ସୂଚନା ଅନୁଯାୟୀ ୮୦ କଠୋରୀ ବିଶିଷ୍ଟ ଏହି  ହୋଟେଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଥିଲା। ଘଟଣା ପରେ ବଡ ଧରଣର ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଛି। ରେସକ୍ୟୁରେ ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି। ମାତ୍ର ଏବେ ମଧ୍ୟ ଅତଡା ତଳେ ୭୦ ଜଣ ଫସି ରହିଥିବା କୁହାଯାଉଛି।

ସ୍ଥାନୀୟ ସମୟ ଅନୁଯାୟୀ ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଧସି ରହିଥିବା ଅତଡା ହଟାଯିବା ସହ ତଳେ ଦବି ରହିଥିବା ଲୋକଙ୍କକୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି।

   Related Posts