Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପଶି ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

1/06/2020 at 8:46 AM

ଡେରାଡୁନ ୦୧।୦୫: ସାରାଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏପରିକି ରାଜ୍ୟ ବାହାରୁ ବା ଦେଶ ବାହାରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନ୍‌ କରାଯାଇଛି । କିନ୍ତୁ ଏହି କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଯଦି କିଛି ଯୁବକ ଅସମାଜିକ କାମରେ ବ୍ୟବହାର କରନ୍ତି । ତେବେ ଏହା ନିନ୍ଦନୀୟ । ତେବେ ଏହିଭଳି ଘଟଣା ଘଟିଛି ଉତ୍ତରାଖଣ୍ଡ ଗୁସାଇପୁରର ଆନନ୍ଦପୁର ଅଞ୍ଚଳରେ । ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ କ୍ୟାରେଣ୍ଟାଇନ୍‌ ସେଣ୍ଟରରେ ଭାବେ ବ୍ୟବହାର କରାଯାଉଛି । ଯେଉଁଠାରେ କିଛି ପ୍ରବାସୀମାନେ ରହୁଛନ୍ତି । କିନ୍ତୁ ରବିବାର ଦିନ ଜଣେ ଯୁବକ ଆସି ଯୁବତୀଙ୍କୁ ଅସଦାଚରଣ କରିଥିଲା । ତେବେ ଯୁବତୀ ଜଣଙ୍କ ପାଟି କରିବାରୁ ସେଠାରେ ଉପସ୍ଥିତ ଥିବା ଲୋକ ଆସି ଯୁବକକୁ ଘେରିଯାଇଥିଲା । ପ୍ରବଳ ମାଡ ମାରିବା ସହ ପୋଲିସ ଜିମା ଦେଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ଗୁସାଇପୁରର ପ୍ରାଇମେରୀ ସ୍କୁଲର ସହାୟକ ଅଧ୍ୟାପକଙ୍କ ପୋଲିସକୁ କହିଛନ୍ତି ଯେ, ପୁରନପୁର ନିବାସୀ ଯୋଗନ୍ଦେର ସିଂହଙ୍କ ସେବକ ରିଙ୍କୁ ରବିବାର ଦିନ ସକାଳ ସମୟରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପଶିଯାଇଥିଲେ । ସେଠାରେ ଆନନ୍ଦପୁରର ଜଣେ ପ୍ରବାସୀ ଯୁବତୀଙ୍କ ଅସଦାଚରଣ କରିଥିଲେ , ଏବଂ କିଛି ଅଭଦ୍ର ଟିପ୍ପଣୀ ମଧ୍ୟ କରିଥିଲେ । ଯୁବକର ଏଭଳି ଆଚରଣକୁ ଯୁବତୀଜଣଙ୍କ ବିରୋଧ କରିଥିଲେ । ଯୁବତୀ ଜଣଙ୍କ ଜୋର୍‌ରେ ପାଟି କରିଥିଲେ , ଯାହାଫଳରେ ସ୍ଥାନୀୟ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ଓମପ୍ରକାଶ ଶର୍ମା ପହଞ୍ଚିଥିଲେ । ଉପସ୍ଥିତ ଥିବା ଲୋକମାନେ ନିସ୍ତୁକ ମାଡ ମାରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ପଚରାଉଚରା ପାଇଁ ଥାନାକୁ ନେଇଯାଇଛି । ପୋଲିସର ପ୍ରାଥମିକ ତଦନ୍ତରେ ଜଣାପଡିଛି ଯେ, ଅଭିଯୁକ୍ତ ରିଙ୍କୁର ଘର ବରେଲି (ଉତ୍ତରପ୍ରଦେଶ) ଜିଲ୍ଲାର ମାରିଗଞ୍ଜ ଅଞ୍ଚଳରେ । ଧାରା ୩୫୪ ଆଧାରରେ ମୁକଦ୍ଦମା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସୁରକ୍ଷା ବଢାଇବାକୁ ଦାବି କରାଯାଇଛି ।

   Related Posts