କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଶିଶୁର ମୃତ୍ୟୁ, ରାଜ୍ୟ ବାହାରୁ ଆସିବା ପରେ ସଙ୍ଗରୋଧ କେନ୍ଦ୍ରରେ ପରିବାର ସହ ଥିଲେ

Published By : Prameya-News7 Bureau | June 22, 2020 IST

ପଦ୍ମପୁର ୨୨।୦୬:  କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଜଣେ ତିନି ବର୍ଷର ଶିଶୁର ମୃତ୍ୟୁ ହୋଇଛି ।   ବରଗଡ଼ ଜିଲ୍ଲା ଗାଇସିଲାଟ ଗାଁରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଶିଶୁର ମୄତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ ମୄତ ଶିଶୁର ପରିବାର ଦୀର୍ଘ ୯ ଦିନ ହେବ ଗାଇସିଲାଟ କ୍ବାରେଣ୍ଟାଇନ ସେଣ୍ଟରରେ ଅଛନ୍ତି । ଏହି ପରିବାର ତେଲେଙ୍ଗାନାରୁ ଆସିଥିବା ସୂଚନା ରହିଛି । ସେମାନଙ୍କ କରୋନା ପରୀକ୍ଷା ଏ ପର୍ଯ୍ୟନ୍ତ ହୋଇନାହିଁ । ଶିଶୁଟି ଗତକାଲି ସନ୍ଧ୍ୟାରେ ଅସୁସ୍ଥତା ଅନୁଭବ କରିବାରୁ ସେ ଚିକିତ୍ସିତ ମଧ୍ୟ ହୋଇଥିଲା । ତେବେ କେଉଁ କାରଣରୁ ଶିଶୁର ମୄତ୍ୟୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.