ଲକଡାଉନ ଉଠିବା ପରେ ୧ ଲକ୍ଷ ୭୦ ହଜାର ଯବାନଙ୍କୁ କରାଯିବ କ୍ଵାରେଣ୍ଟାଇନ : ବାଟାଲିୟନ ସ୍ତରରେ ପ୍ରସ୍ତୁତ ହେଉଛି ସେଣ୍ଟର

Published By : Prameya-News7 Bureau | April 22, 2020 IST

ନୂଆଦିଲ୍ଲୀ ୨୨/୦୪ : ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ କୋହଳ ହେବା ପରେ କେନ୍ଦ୍ରୀୟ ସୁରକ୍ଷାବଳର ୧ଲକ୍ଷ ୭୦ ହଜାର ଯବାନଙ୍କୁ କ୍ଵାରେଣ୍ଟାଇନରେ ରଖାଯିବ | ଏହି ସମସ୍ତ ଯବାନ ବର୍ତ୍ତମାନ ଛୁଟିରେ ଅଛନ୍ତି | ଲକଡାଉନ ଯୋଗୁଁ ଏମାନଙ୍କ ଛୁଟି ମେ ୩୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି |  କାରଣ ଏବେ ସୁଦ୍ଧା ଏହି ଯବାନଙ୍କ ଯାଞ୍ଚ କରାଯାଇନାହିଁ | ସେଥିପାଇଁ ଏହି ଯବାନମାନଙ୍କ ଛୁଟି ଅବଧି ଶେଷ ହେବା ପରେ ସେମାନଙ୍କୁ ପ୍ରଥମେ ୧୪ ଦିନ ପାଇଁ କ୍ଵାରେଣ୍ଟାଇନରେ ରଖାଯିବ | ଏମାନଙ୍କ ପାଇଁ ବାଟାଲିୟନ ସ୍ଥରରେ କ୍ଵାରେଣ୍ଟାଇନ ସେଣ୍ଟର ପ୍ରସ୍ତୁତ କରାଯାଉଛି |

{"id":258392,"sizeSlug":"large"}

କେନ୍ଦ୍ରୀୟ ଅର୍ଦ୍ଧ ସୈନିକବଳର ଅଧିକାରୀ ଏବଂ ଯବାନ ପ୍ରଥମ ପର୍ଯ୍ୟାୟ ଲକଡାଉନ ପୂର୍ବରୁ ଛୁଟିରେ ଥିଲେ | ସେମାନେ ଲକଡାଉନ ୨.୦ରେ ମଧ୍ୟ ଘରେ ହିଁ ଅଛନ୍ତି | ବିଭିନ୍ନ ସୈନିକବଳ ତରଫରୁ ସେମାନଙ୍କୁ ମୋବାଇଲ ଫୋନ ଯୋଗେ ଡ୍ୟୁଟି ଯଏନ ନ କରିବାକୁ ସୂଚନା ଦିଆଯାଇଥିଲା  | ସୁରକ୍ଷାବଳ ଅଧିକାରୀ ଆଶା କରିଛନ୍ତି ମେ ପ୍ରଥମ ସପ୍ତାହ ସୁଦ୍ଧା ଅନେକ ଯବାନ ଡ୍ୟୁଟିକୁ ଫେରି ଆସିପାରନ୍ତି | ଦେଶରେ କରୋନା ପ୍ରଭାବ ହ୍ରାସ ପାଇନାହିଁ | ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଛୁଟିରୁ ଫେରୁଥିବା ଯବାନଙ୍କ ଯାଞ୍ଚ କରାଯିବ | ଦେଶର ସବୁଠାରୁ ବଡ ଅର୍ଦ୍ଧ ସୈନ୍ୟବଳ ସୋଆରପିଏଫ ଡିଜି ଡ.ଏପି ମହେଶ୍ୱରୀ କହିଛନ୍ତି ଯେ, ଛୁଟିରୁ ଫେରିବାକୁ ଥିବା ଯବାନମାନଙ୍କୁ କ୍ଵାରେଣ୍ଟାଇନରେ ରଖିବା ଜରୁରୀ | ସମସ୍ତ ଯବାନଙ୍କୁ କରୋନା ଭଳି ମହାମାରୀରୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି | ଏଥିପାଇଁ ପର୍ଯ୍ୟାପ୍ତ ସୁବିଧା ପ୍ରସ୍ତୁତ କରାଯାଉଛି | ମଙ୍ଗଳବାର ଦିନ ଦିଲ୍ଲୀରେ ସିଆରପିଏଫର ଜଣେ ଯବାନଙ୍କ କରୋନା ପଜିଟିଭ ଆସିଥିଲା | ଛୁଟିରୁ ଫେରିବା ପରେ ତାଙ୍କୁ ୧୪ ଦିନ ପାଇଁ କ୍ଵାରେଣ୍ଟାଇନରେ ରଖାଯାଇଥିଲା |

{"id":258393,"width":582,"height":363,"sizeSlug":"large"}

ସମସ୍ତ କେନ୍ଦ୍ରୀୟ ଅର୍ଦ୍ଧ ସୈନ୍ୟବଳ ମଧ୍ୟରୁ ପାଖାପାଖି ୨୦ ପ୍ରତିଶତ ଛୁଟିରେ ଅଛନ୍ତି | ସିଆରପିଏଫରରେ ୬୦ ହଜାର, ବିଏସଏଫରେ ୫୦ ହଜାର, ଏସଏସବିରେ ୧୫ ହଜାର, ଆଇଟିବିପିରେ ୧୫ ହଜାରରୁ ଅଧିକ, ସିଆଇଏସଏଫରେ ୩୦ ହଜାର ଏବଂ ଆସାମ ରାଇଫଲରେ ପାଖାପାଖି ୧୩ ହଜାର ଯବାନ ଛୁଟିରେ ଅଛନ୍ତି | ଏନଏସଜିର ମଧ୍ୟ ପାଖାପାଖି ୧୪୦୦ ଯବାନ ଛୁଟିରେ ଅଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.