ଭଦ୍ରକ: କ୍ୱାରେଣ୍ଟାଇନ ସାରି ଫେରିଲେ ୧୫୧ ଜଣ, ଏବେ ୭ଦିନ ଘରେ ସଙ୍ଗରୋଧରେ ରହିବେ

Published By : Prameya-News7 Bureau | May 25, 2020 IST

ଭଦ୍ରକ, ୨୫|୦୫: ୧୪ ଦିନ କ୍ୱାରେଣ୍ଟାଇନରେ ରହି ଘରକୁ ଫେରିଲେ ପ୍ରବାସୀ । ସରକାରୀ ନିୟମ ଅନୁଯାୟୀ ସମସ୍ତେ ପୁଣି ୭ ଦିନ ଘରେ ହୋମ କ୍ଵରେଣ୍ଟାଇନରେ ରହିବେ । ପ୍ରବାସୀମାନେ ବିଭିନ୍ନ ରାଜ୍ୟରୁ ଭଦ୍ରକ ଫେରିଥିଲେ । ଭଣ୍ଡାରିପୋଖରୀ ସରକାରୀ ଆଇଟିଆଇରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ପରେ ସେମାନଙ୍କୁ  ତିହିଡି ବ୍ଲକକୁ ପଠାଯାଇଥିଲା । ବ୍ଲକ ତରଫରୁ ଗୁଆମାଳ ପଞ୍ଚାୟତର କ୍ୱାରେଣ୍ଟାଇନ କେନ୍ଦ୍ରରେ ସମସ୍ତଙ୍କ ରଖାଯାଇଥିଲା ।

ସରକାରଙ୍କ ନୂଆ ଗାଇଡ଼ଲାଇନ ଅନୁଯାୟୀ ୧୪ ଦିନ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା ପରେ ୧୫୧ ଜଣ ପ୍ରବାସୀ ନିଜ ନିଜ ଘରକୁ ଫେରିଛନ୍ତି । ସେମାନେ ପୁଣି ୭ ଦିନ ହୋମ କ୍ଵରେଣ୍ଟାଇନରେ ରହିବେ । ବ୍ଲକ ତରଫରୁ କ୍ୱାରେଣ୍ଟାଇନରୁ ଫେରିଥିବା ପ୍ରବାସୀଙ୍କ ଘର ସାମନାରେରେ ଷ୍ଟିକର ଲଗାଯିବା ସହ ସ୍ୱାସ୍ଥ୍ୟକର୍ମୀ ମାନେ ସର୍ଭେ କରିବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.