ଦିନାଡିଆରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା ମାମଲା : ଆଜି ଦଣ୍ଡାଦେଶ ଶୁଣାଇବେ ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍

Published By : Prameya-News7 Bureau | February 08, 2019 IST

ଅସ୍ତରଙ୍ଗ ୮|୨: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଦିନାଡିଆ ଗାଁରେ ଗୋଟିଏ ପରିବାରର ବାପା-ମା ଓ ୨ ଶିଶୁ କନ୍ୟାକୁ ହତ୍ୟା ମାମଲାରେ ଆଜି ଦଣ୍ଡାଦେଶ ଶୁଣାଇବେ ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍  । ଗତ ବୁଧବାର ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ମୁଖ୍ୟ ଅଭିଯୁକ୍ତ ହିମାଦ୍ରୀ ଶେଖର ଦାସ ଓରଫ୍ ରହିମ ଖାନ, ପତ୍ନୀ ଆୟେଶା ବେଗମ ଓ ତାଙ୍କ ଧରମବାପା ଫକୀର ମଲ୍ଲିକଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ । ୨୦୧୫ ସେପ୍ଟେମ୍ବର ୨୧ ତାରିଖ ବିଳମ୍ବିତ ରାତିରେ ଲୁଟ୍ ଉଦ୍ଦେଶ୍ୟରେ ଦୀନବନ୍ଧୁ ମଲିକ, ତାଙ୍କ ପତ୍ନୀ ନିର୍ମଳା, ବଡ ଝିଅ ୧୧ ବର୍ଷୟ ଶାଶ୍ବତୀ ଏବଂ ୪ ବର୍ଷର ସାନ ଝିଅ ପ୍ରଣତିଙ୍କ ତଣ୍ଟି କାଟି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ ଦୁର୍ବୃତ।  ଏହା ପରେ ସୁନା ଅଳଙ୍କାର, ମୋବାଇଲ ଓ ବାଇକ୍ ନେଇ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।  ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ଦେଇଥିଲେ । ଏବଂ କ୍ରାଇମବ୍ରାଞ୍ଚ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ  କରିଥିଲା 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.