ପୂର୍ବ ତିମୋର ଉପକୂଳରେ ୬.୫ ତୀବ୍ରତାର ଭୂମିକମ୍ପ, ହୀନ୍ଦ ମହାସାଗର କ୍ଷେତ୍ରରେ ସୁନାମୀ ସତର୍କତା ଜାରି

Published By : Prameya-News7 Bureau | May 27, 2022 IST

ଡିଲି ୨୭।୫:  ପୂର୍ବ ତିମୋରରେ ଶୁକ୍ରବାର ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲାଯେ ରାଜଧାନୀ ଡିଲିରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ତିମୋର ଦ୍ୱିପର ପୂର୍ବ ଦିଗରେ ୫୧.୪ କିଲୋମିଟର ଭୂଗର୍ଭରେ ସୃଷ୍ଟି ହୋଇଥିବାର ଜଣାପଡିଛି। ଏଣୁ ହୀନ୍ଦ ମହାସାଗର ଲାଗି ସୁନାମୀ ଚେତାବନୀ ଜାରି ହୋଇଛି। ଭୂମିକମ୍ପ ଯୋଗୁ ତିମୋରର କ୍ଷୟକ୍ଷତି ଅଚାନକ ଜଣା ପଡି ନାହିଁ। ତେବେ ତିମୋର ଓ ଇଣ୍ଡୋନେସିଆ ପାଖାପାଖି ଲାଗି ରହିଥିବାରୁ ଯଦି ସୁନାମୀ ହୁଏ ତେବେ ଏହା ହୀନ୍ଦ ମହାସାଗରରେ ପ୍ରଭାବୀ ହେବ ବୋଲି ସତର୍କ କରାଯାଇଛି।

{"id":635063,"width":839,"height":464,"sizeSlug":"full","linkDestination":"none"}

ସୁନାମୀ ବିଶେଷଜ୍ଞଙ୍କ ଅନୁସାରେ ଭୂମିକମ୍ପ ହୀନ୍ଦ ମହାସାଗର କ୍ଷେତ୍ରକୁ ପ୍ରଭାବିତ କରିବା ଭଳି ସୁନାମୀ ସୃଷ୍ଚି ଲାଗି ସକ୍ଷମ। ପୂର୍ବତିମୋର ଓ ଇଣ୍ଡୋନେସିଆ ପ୍ରଶାନ୍ତ ମହାସାଗରର ସମ୍ବେଦନଶୀଳ ଅଞ୍ଚଳ ରିଙ୍ଗ ଅଫ ଫାୟାର ଅନ୍ତର୍ଗତ। ଏହି ରିଂ ଅଫ ଫାୟାର ତୀବ୍ର ଭୂମିକମ୍ପ ଗତିବିଦ୍ଧିର ଏକ ଚାପ, ଯାହା ଦକ୍ଷିଣ-ପୂର୍ବ ଏସିଆ ଓ ପ୍ରସାନ୍ତ ବେସିନ୍‌ରେ ବ୍ୟାପ୍ତ ରହିଛି। ଏହା ପୂର୍ବରୁ ଗତ ଫେବୃଆରୀରେ ଉତ୍ତର-ପୂର୍ବ ଇଣ୍ଡୋନେସିଆର ସୁମାତ୍ରାରେ ୬.୨ ତୀବ୍ରତାର ଭୂମିକମ୍ପରେ ଅନେକ ଲୋକ ମୃତାହତ ହୋଇଥିଲେ। ୨୦୦୪ ମସିହାରେ ୯.୧ ତୀବ୍ରତାର ସୁମାତ୍ରା ଭୂମିକମ୍ପ ବିପୁଳ ଧନଜୀବନ ହାନୀର କାରଣ ପାଲଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.