Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଜାପାନରେ ୫.୮ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା ନାହିଁ କହିଲେ JMA

21/10/2021 at 5:18 PM

ତୋଚିଗୀ ୨୧।୧୦: ଜାପାନ ତୋଚିଗୀ ପ୍ରାନ୍ତରେ ଗୁରୁବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୮ ଥିବା କୁହାଯାଇଛି। ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୫ଟା ବାଜି ୩୭ ମିନିଟ୍‌ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। କମ୍ପନ ଯୋଗୁ ଲୋକେ ଉଚ୍ଚ ଅଟ୍ଟାଳିକାମାନଙ୍କରୁ ଓହ୍ଲାଇ ଆସିଛନ୍ତି। କମ୍ପନର ଉତ୍ପତି ୩୨.୧ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୧୩୮.୫ ଡିଗ୍ରି ଦ୍ରାଘିମାରେ ଭୂ-ପୃଷ୍ଟରୁ ପ୍ରାୟ ୩୮୦ କିଲୋମିଟର ଗଭିରତାରେ ଥିବା କୁହାଯାଇଛି।

ଭୂମି କମ୍ପ ଯୋଗୁ କ୍ଷୟକ୍ଷତିର ଅଚାନକ ସୂଚନା ମିଳି ନାହିଁ। ଭୂମିକମ୍ପର ତୀବ୍ରତା ଏତେ ଥିଲା ଯେ ରାଜଧାନୀ ଟୋକିଓରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ଟୋକିଓରେ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୩ ମପା ଯାଇଛି। ତେବେ ଭୂମିକମ୍ପ ଯୋଗୁ ସୁନାମୀ ସତର୍କତା ଜାରି ହୋଇ ନଥିବା ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସୀ ଜେଏମଏ କହିଛନ୍ତି।

ସେପଟେ ଦକ୍ଷିଣ ଜାପାନରେ ବୁଧବାର ଏକ ଆଗ୍ନେୟଗିରିରୁ ଅଗ୍ନିଉଦଗିରଣ ହୋଇଥିଲା। ମାଉଣ୍ଟ ଏସୋରେ ଅଗ୍ନିଉଦଗିରଣ ହେଉଥିବା ବେଳେ ଜେଏମଏ ୩ ନମ୍ବର ସତର୍କତା ଜାରି କରିଛନ୍ତି। ଆଗ୍ନେୟଗିରି ଉଦଗିରଣ ଯୋଗୁ ଧୂଆଁ ଓ ପାଉଁସ ବ୍ୟାୟୁ ମଣ୍ଡଳରେ ବ୍ୟାପୁଥିବା ବେଳେ ପର୍ବତାରୋହୀ ଓ ପହାଡର ବାସିନ୍ଦାଙ୍କୁ ସତର୍କ କରାଯାଇଛି। କୁମାମୋଟୋ ଓ ଏସୋ ସହର ଲାଗି ଜେଏମଏ ସତର୍କତା ଜାରି କରିଛନ୍ତି।

   Related Posts