ଭର୍ଚୁଆଲ ସମ୍ମିଳନୀରେ ‘କ୍ୱାଡ’ ନେତା କହିଲେ- ଏକବିଂଶ ଶତାବ୍ଦୀର ଭବିଷ୍ୟତ ନିର୍ଣ୍ଣୟ କରିବ ହୀନ୍ଦ-ପ୍ରଶାନ୍ତ କ୍ଷେତ୍ର

Published By : Prameya-News7 Bureau | March 12, 2021 IST

ନୂଆଦିଲ୍ଲୀ ୧୨।୩: ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିକ ‘କ୍ୱାଡ’ର ଭର୍ଚୁଆଲ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଯୋଗଦେଇଥିବା ବେଳେ ହୀନ୍ଦ-ପ୍ରଶାନ୍ତ କ୍ଷେତ୍ର ଏକବିଂଶ ଶତାବ୍ଦୀର ଭବିଷ୍ୟତ ନିର୍ଣ୍ଣୟ କରିବେ ବୋଲି କହିଛନ୍ତି।

ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନର ସମୟକୁ ‘କ୍ୱାଡ’ ସମୟ ବୋଲି କହିଥିବା ବେଳେ ହୀନ୍ଦ-ପ୍ରଶାନ୍ତ କ୍ଷେତ୍ର ସ୍ଥାୟିତ୍ୱର ଏହାର ସ୍ତମ୍ବ ହୋଇ ରହିବ। ଭାରତର ପ୍ରାଚୀନ ସିଦ୍ଧାନ୍ତ ‘ବସୁଧୈବ କୁଟୁମ୍ବକମ’ ଯାହା ସାରା ବିଶ୍ୱକୁ ଏକ ପରିବାର ମନେ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରର ସ୍ଥାୟିତ୍ୱ ଲାଗି ଆମେ ପୂର୍ବଭଳି ଏକତ୍ର କାମ କରିବା ବୋଲି କହିଛନ୍ତି।

ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେଇନ କ୍ଷେତ୍ରର ସ୍ଥାୟିତ୍ୱ ଲାଗି ଯୁକ୍ତରାଷ୍ଟ୍ରର ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେଇଥିଲେ। ହୀନ୍ଦ-ପ୍ରଶାନ୍ତ କ୍ଷେତ୍ର ସହଯୋଗ ଲାଗି ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏଣୁ କ୍ଷେତ୍ରର ସ୍ଥାୟିତ୍ୱ ଲାଗି ଯୁକ୍ତରାଷ୍ଟ୍ର ସମସ୍ତ ସହଯୋଗୀଙ୍କ ସହ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ବୋଲି କହିଥିଲେ। ସେ କହିଥିଲେ ଯେ ଏହି ସମୂହ ଏଥିଲାଗି ଗୁରୁତ୍ୱପୂର୍ଣ୍ଣ କାରଣ ପ୍ରାକ୍ଟିକାଲ ସମାଧାନ ଓ ମଜଭୁତ ଫଳାଫଳ ଲାଗି ଏହା ସମର୍ପିତ।

ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କ୍ୱାଡର ଗୁରୁତ୍ୱ ବ୍ୟାଖ୍ୟା କରି କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ବିଶ୍ୱର ଭବିଷ୍ୟତ ହୀନ୍ଦ-ପ୍ରଶାନ୍ତ କ୍ଷେତ୍ର ନିର୍ଣ୍ଣୟ କରିବ। ଏଣୁ ଏହି କ୍ଷେତ୍ରର ୪ ମହାନ ଗଣତନ୍ତ୍ରର ଆମେ ଆମର ସହଯୋଗକୁ ଶାନ୍ତି, ସ୍ଥାୟିତ୍ୱ ଓ ସମୃଦ୍ଧିର ପ୍ରତୀକ କରି ଗଢିତୋଳିବା। କ୍ୱାଡ ନେତାଙ୍କ ଏହି ବୈଠକ  ପ୍ରଥମ ଓ ଅନନ୍ୟ। କ୍ୱାଡ ସଦସ୍ୟ ଦେଶମାନେ ହୀନ୍ଦ ପ୍ରଶାନ୍ତ କ୍ଷେତ୍ରରେ ନିୟମ ଆଧାରିତ ବ୍ୟବସ୍ଥା ଲାଗି ଦୀର୍ଘ ବର୍ଷରୁ ଓକିଲାତି କରିଆସୁଛନ୍ତି।

ରଣନୈତିକ ଓ ସାମରିକ ଭାବେ ଭାରତ ନେତୃତ୍ୱରେ କ୍ୱାଡର ଗଠନ ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ସହ ଭାରତର ବଢୁଥିବା ସମ୍ପର୍କର ଏକ ଉଦାହରଣ ମାତ୍ର, ଯାହା ସମ୍ପୂର୍ଣ୍ଣ କ୍ଷେତ୍ରର ସନ୍ତୁଳନ କାୟମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶେଷ କରି ଯୋଗାଣ ଶୃଙ୍ଖଳା ଲାଗି ଚୀନର ବିକଳ୍ପ ତିଆରି ନିମନ୍ତେ ଦେଶମାନେ ନିସ୍ଚିତ ଥିବା ପରି ମନେ ହଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.