ଓଃ କି ବୁଦ୍ଧି ! ବିବାହ ନିମନ୍ତ୍ରଣ କାର୍ଡରେ କ୍ୟୁଆର କୋଡ୍‌, ସିଧା ଆକାଉଣ୍ଟକୁ ଗଲା ଉପହାର ଅର୍ଥ

Published By : Prameya-News7 Bureau | January 18, 2021 IST

ମଦୁରାଇ ୧୮/୦୧: ମହାମାରୀ କରୋନା ଲୋକଙ୍କ ଜୀବନଶୈଳୀ ପରିବର୍ତ୍ତନ କରିବାରେ ସହାୟକ ହୋଇଛି। ବିଭିନ୍ନ ନିୟମ ମାନି ଚଳିବା ଏବେ ଅଭ୍ୟାସରେ ପରିଣତ ହୋଇଛି। ସ୍ବଚ୍ଛତା ଓ ସାମାଜିକ ଦୂରତା ରକ୍ଷା ଏକ ପ୍ରକାର ଦୈନନ୍ଦିନ ଜୀବନର ଅପରିହାର୍ଯ୍ୟ କାମ ବୋଲି ଲୋକେ ଭାବିନେଇଛନ୍ତି। ବହୁତ କିଛି ଶିଖାଇଛି କରୋନା ମହାମରୀ। ଏଇ ଯେମିତି ଏକ ବାହା ଘରରେ ଅତିଥିଙ୍କ ପାଖରୁ ଖୋଳ ଗ୍ରହଣ କରିବା ପରିବେର୍ତ ନିମନ୍ତ୍ରଣ କାର୍ଡରେ ଲାଗିଛି କ୍ୟୁଆର କୋଡ୍‌ । ଏହା ଦ୍ବାରା ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଇପାରୁଛି।

ମଦୁରାଇରେ ହୋଇଥିବା ଏକ ବିବାହରେ ନିମନ୍ତ୍ରଣ କାର୍ଡରେ କ୍ୟୁଆର କୋଡ୍‌ ଛପାଯାଇଥିବା ଦେଖିବାକୁ ମିଳିଛି। ଗୁଗଲ ପେ ଓ ଫୋନ୍‌ ପେ୍‌ର କ୍ୟୁଆର କୋର୍ଡ ଛପାଯାଇଥିବାରୁ ଅତିଥି ସହଜରେ ଏବଂ ବିନା ସ୍ପର୍ଶରେ ଟଙ୍କା ଟ୍ରାନ୍ସଫର କରିପାରିଛନ୍ତି। ଏପରିକି ବିବାହ ପରେ ଆଉ ଏନଭେଲପ୍‌କୁ ଖୋଜା ପଡ଼ିବନାହିଁ।

 କନିଆଁଙ୍କ ମା ଟିଜେ ଜୟନ୍ତୀ କହିଛନ୍ତି, ଏମିତି ଏକ ପ୍ରୟାସ ଆମେ ପ୍ରଥମେ ଆରମ୍ଭ କରିଛୁ। ଏହାକୁ ବିଭିନ୍ନ ଆଡ଼ୁ ପ୍ରଶଂସା ମିଳିଛି। ରବିବାର ଦିନ ବିବାହ ହୋଇଥିବା ବେଳେ ନିମନ୍ତ୍ରଣ କାର୍ଡ ଭାଇରାଲ ହୋଇଛି। ଏବେ ସୁଦ୍ଧା କ୍ୟୁଆର କୋଡ୍‌​‌ରେ ୩୦ ଜଣ ଅତିଥି ଅର୍ଥ ପଠାଇସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.