Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସମୀର ୱାନଖେଡେଙ୍କ ନିକାହ କରାଇଥିବା ମୌଲାନାଙ୍କ ବଡ ଖୁଲାସା: କହିଲେ, ବାହାଘର ବେଳେ ପୁରା ପରିବାର ମୁସଲମାନ ଥିଲା

27/10/2021 at 3:15 PM

ମୁମ୍ବାଇ ୨୭/୧୦ : ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକ ବୁଧବାର ଦିନ ଏନସିବି ଜୋନାଲ ଡ଼ାଇରେକ୍ଟର ସମୀର ୱାନଖେଡେଙ୍କ ନିକାହ ଓ ନିକାହନାମାର ଫଟୋ ଜାରି କରି ହମଲା କରିଛନ୍ତି। ନବାବ ମଲିକ ଦାବି କରିଛନ୍ତି ଯେ ନିକାହନାମାରେ ସମୀରଙ୍କ ନାଁ ସମୀର ଦାଉଦ ୱାନଖେଡେ ଲେଖାଯାଇଛି। ସମୀର ୱାନଖେଡେଙ୍କ ବିବାହ କରାଇଥିବା ମୌଲାନା ମୁଜମ୍ମିଲ ଅହମଦ ଏକ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି ଯେ ସେ ହିଁ ସମୀର ୱାନଖେଡେଙ୍କ ବିବାହ କରାଇଥିଲେ ଓ ସେତେବେଳେ ନିକାହ ସମୟରେ ପୁରା ପରିବାର ମୁସଲମାନ ଥିଲା। ଏହା ପୂର୍ବରୁ ୱାନଖେଡେଙ୍କ ପତ୍ନୀ ଦାବି କରିଥିଲେ ଯେ ସମୀର ଜନ୍ମରୁ ହିଁ ହିନ୍ଦୁ।

ନିକାହ କରାଇଥିବା ମୌଲାନା କହିଛନ୍ତି ଯେ, ‘ମୁଁ ହିଁ ନିକାହ ପଢ଼ାଇବାକୁ ଯାଇଥିଲି। ଯଦି ସେ ହିନ୍ଦୁ ହୋଇଥାନ୍ତେ ତାହେଲେ ନିକାହ ହୋଇନଥାନ୍ତା। ଏହି ନିକାହ ଖୁସିରେ ଖୁସିରେ ହୋଇଥିଲା ଓ ସେତେବେଳେ ପୁରା ପରିବାର ମୁସଲମାନ ଥିଲା।’ ସେ କହିଛନ୍ତି ଯେ ସମୀର ମିଛ କହୁଛନ୍ତି। ସେ ନିକାହ ପରେ ଦସ୍ତଖତ ମଧ୍ୟ କରିଥିଲେ। ନିକାହ ରେଜିଷ୍ଟ୍ରେସନ ଫର୍ମରେ ସାକ୍ଷୀଙ୍କ ନାଁ ମଧ୍ୟ ଲେଖାଯାଇଥିଲା।

ବୁଧବାର ଦିନ ନବାବ ମଲିକ ସମୀର ୱାନଖେଡେଙ୍କୁ ନେଇ ଏକ ନୂଆ ଟ୍ୱିଟ କରିଛନ୍ତି। ଟ୍ୱିଟରେ ସେ ସମୀର ୱାନଖେଡେଙ୍କ ନିକାହନାମା ଜାରି କରିଛନ୍ତି। ମଲିକ ଦାବି କରିଛନ୍ତି ଯେ ନିକାହନାମାରେ ସମୀରଙ୍କ ନାଁ ସମୀର ଦାଉଦ ୱାନଖେଡେ ଲେଖାଯାଇଛି। ସେ ଦାବି କରିଛନ୍ତି ଯେ ୨୦୦୬ ଡିସେମ୍ବର ୭, ଗୁରୁବାର ରାତି ୮ଟା ରେ ସମୀର ଦାଉଦ ୱାନଖେଡେ ଓ ଶବାନା କୁରେସିଙ୍କ ମଧ୍ୟରେ ନିକାହ ହୋଇଥିଲା। ମୁମ୍ବାଇର ଅନ୍ଧେରୀ (ୱେଷ୍ଟ)ର ଲୋଖଣ୍ଡଵାଲା କମ୍ପ୍ଲେକ୍ସରେ ଏହି ନିକାହ ହୋଇଥିଲା। ଯଦି ଏହି ଦାବି ସତ ପ୍ରମାଣିତ ହୁଏ ତାହେଲେ ସମୀର ୱାନଖେଡେଙ୍କ ଅଡୁଆ ଆହୁରି ବଢିପାରେ।

   Related Posts