Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କାବୁଲ ବିମାନ ବନ୍ଦରର ଦାୟିତ୍ଵ ନେବାକୁ ମନା କଲା କାତାର, କହିଲା ତାଲିବାନ…

14/09/2021 at 10:24 PM

ଦୋହା ୧୪।୦୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିଛି। ହେଲେ ସ୍ଥିତି ଏ ଯାଏଁ ସ୍ଵାଭାବିକ ହୋଇନି। ପାକିସ୍ତାନକୁ ବାଦ୍ ଦେଲେ ଅନ୍ୟ କୌଣସି ଦେଶ କାବୁଲ ସହ ବିମାନ ସେବା ଚଳାଚଳ ଆରମ୍ଭ କରି ନାହାନ୍ତି। ଏହି କ୍ରମରେ କାବୁଲ ବିମାନ ବନ୍ଦରରୁ ବିମାନ ସଞ୍ଚାଳନ  ନେଇ ହାତ ଟେକି ଦେଇଛି କାତାର। କାତାର କହିଛି ଯେ ପର୍ଯ୍ୟନ୍ତ ତାଲିବାନ ଏବଂ ଅନ୍ୟ ପକ୍ଷ ସହ ନିଜର ସଞ୍ଚାଳନ ବିଷୟରେ ସ୍ପଷ୍ଟ ଚୁକ୍ତି ନହୋଇଛି ସେ ପର୍ଯ୍ୟନ୍ତ ସେ କାବୁଲ ବିମାନ ବନ୍ଦରର ଦାୟିତ୍ଵ ନେବ ନାହିଁ।

ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କାତାରର ବୈଦେଶିକ ମନ୍ତ୍ରୀ ଶେଖ ମହମ୍ମଦ ବିନ ଅବଦୁଲରେହମାନ ଅଲ ଥାନି କହିଛନ୍ତି, ସେ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗ ଉପରେ ସ୍ପଷ୍ଟ ନହୋଇଛି ସେ ପର୍ଯ୍ୟନ୍ତ କାତାର କାବୁଲ ବିମାନ ବନ୍ଦରରେ ବିମାନ ସଞ୍ଚାଳନ ଦାୟିତ୍ଵ ନେବ ନାହିଁ। ବର୍ତ୍ତମାନ ଏହା ଉପରେ ବିଚାର ଚାଲିଥିବା ସେ କହିଛନ୍ତି।

ଗତ ମାସରେ ଆମେରିକାର ନେତୃତ୍ଵାଧୀନ ନାଟୋ ସେନାର ପ୍ରତ୍ୟାହାର ପରେ ଦୋହା ଆଫଗାନିସ୍ତାନରେ ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା, ଯିଏ ହଜାର ସଂଖ୍ୟାକ ବିଦେଶୀ ଏବଂ ଆଫଗାନିଙ୍କୁ କାଢିବାରେ ସାହାଯ୍ୟ କରିଛି। କାତାର ଆଫଗାନିସ୍ତାନରେ ତାଲିବାନ ସରକାରକୁ ସମର୍ଥନ କରିବା ସହ କାବୁଲ ବିମାନ ବନ୍ଦରର ସଞ୍ଚାଳନରେ ସହଯୋଗ କରିବ ବୋଲି କହିଛି।

ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଅଲ ଜଜିରାକୁ କହିଛନ୍ତି ଯେ, ବିମାନ ବନ୍ଦରର ସୁରକ୍ଷିତ ସଞ୍ଚାଳନ ପାଇଁ ପ୍ରୟାସ ଜାରି ରହିଛି। ଭବିଷ୍ୟତରେ କାତାର ଏବଂ ତୁର୍କୀ ସହ ବିମାନ ଚଳାଚଳ ନେଇ ଆଲୋଚନା ଜାରି ରହିଛି ବୋଲି ମୁଖପାତ୍ର କହିଛନ୍ତି।

ତାଲିବାନ ଦେଶରେ ସୁରକ୍ଷା ସ୍ଥିତି କାଏମ ପାଇଁ ତୁର୍କୀକୁ ଅସ୍ତ୍ର ଶସ୍ତ୍ର ଯୋଗାଇ ଦେବାକୁ କହିଥିଲା। ହେଲେ ତୁର୍କୀ ତାଲିବାନର ଏହି  ପ୍ରସ୍ତାବ ଉପରେ ବିଚାର ବିମର୍ଶ କରୁଛି। ହେଲେ ତୁର୍କୀ ତାଲିବାନର ଏହି ପ୍ରସ୍ତାବ ପ୍ରତି କମ ଉତ୍ସାହ ଦେଖାଇଛି।

   Related Posts