Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପାକିସ୍ତାନକୁ ନିରାଶ କଲା କତର , ପୁଞ୍ଜି ନିବେଶକୁ କହିଲା ନା : ପୂର୍ବରୁ ଇମରାନକୁ ‘ନୋ ଇନଭେଷ୍ଟମେଣ୍ଟ୍’ କହିଥିଲେ ସାଉଦି ଆରବ ଏବଂ ୟୁଏଇ

4/06/2020 at 4:16 PM

କରୋନା ମହାମାରୀ ସହ ଆର୍ଥିକ ସଙ୍କଟରୁ ବାହାରିବା ପାଇଁ ପାକିସ୍ତାନକୁ ଆଉ ଏକ ଝଟକା ଲାଗିଛି। ସାଉଦି ଆବ ଏବଂ ୟୁଏଇ ପରେ ଏବେ କତର ମଧ୍ୟ ପାକିସ୍ତାନର ଗୁରୁତ୍ବପୂର୍ଣ୍ଣ ଯୋଜନାରେ ନିବେଶ କରିବାକୁ ମନା କରିଦେଇଛି। କତର ପାକିସ୍ତାନରେ ନିବେଶକୁ ନେଇ ଆରମ୍ଭରେ ଆଗ୍ରହ ଦେଖାଇବା ପରେ ଏବେ ନିଜ ପଛଘୁଞ୍ଚା ଦେଇଛି।

କତର ପାକିସ୍ତାନ ସରକାରଠୁ ଇସଲାମାବାଦ ଏୟାରପୋର୍ଟ,ଜିନ୍ନା ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଏବଂ ଅଲାମା ଇକବାଲ୍ ଏୟାରପୋର୍ଟର ମାଲିକାନା ଅଧିକାରର ସ୍ଥାନାନ୍ତରଣକୁ ନେଇ କଥାବାର୍ତ୍ତା କରିଥିଲା। ଏଥିପାଇଁ କତର ଇନଭେଷ୍ଟମେଣ୍ଟ ଅଥୋରିଟି ପାକିସ୍ତାନ ସରକାରର ମାଲିକାନା ଥିବା କମ୍ପାନୀରେ ୪୦ପ୍ରତିଶତର ଭାଗ କିଣିବାରେ ଆଗ୍ରହ ଦେଖାଇଥିଲା। ସରକାରଙ୍କ ଏୟାରପୋର୍ଟର ବ୍ୟାବସାୟିକ ଗତିବିଧିକୁ ଆଉଟସୋର୍ସ କରାଇବାର ପ୍ରସ୍ତାବ ପରଠୁ କତର ନିବେଶ କରିବାକୁ ମୁହଁ ମୋଡ଼ି ଦେଇଛି।

ପାକିସ୍ତାନ ଏୟାରପୋର୍ଟରେ ପାର୍କିଂ ସର୍ଭିସ୍,ଟକ୍ ଶପ୍ ସର୍ଭିସ୍,ରେଷ୍ଟୁରାଣ୍ଟ ଭଳି ସେବାକୁ ଆଉଟସୋର୍ସ କରିବାକୁ ଚାହୁଁଛି ଯାହା ଫଳରେ ଏୟାରପୋର୍ଟର ଅପରେସନାଲ୍ କଣ୍ଟୋଲ୍ ତାଙ୍କ ପାଖରେ ରହିବ। କିନ୍ତୁ କତର ଇନଭେଷ୍ଟମେଣ୍ଟ ଅଥୋରିଟି ଏହି ପ୍ରସ୍ତାବକୁ କାରଣ କହି ନିବେଶ କରିବାକୁ ମନା କରି ଦେଇଛି।

ଗତ ବର୍ଷ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ କତରକୁ ଗସ୍ତ କରିଥିଲେ। ଏହି ଗସ୍ତରେ କତରର ଅମୀର ପାକିସ୍ତାନର ଏୟାରପୋର୍ଟରେ ନିବେଶ କରିବାକୁ ଇଚ୍ଛା କରିଥିଲେ କିନ୍ତୁ ଏହା ପରେ ଏହି ଦିଗରେ କାମ ଆଗକୁ ବଢ଼ି ପାରିନଥିଲା। କତର ପାକିସ୍ତାନରେ ୩ଆରବ ଡଲାର ନିବେଶ କରିବାକୁ ଘୋଷଣା କରିଥିଲା।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ କତରରେ ନିବେଶ ଆଣିବାରେ ବିଫଳ ରହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସାଉଦି ଆରବ ଏବଂ ୟୁଏଇ ପୂର୍ବରୁ ହିଁ ଏହି ଯୋଜନାରୁ ବାହାର ହୋଇଯାଇଛନ୍ତି। କତର ବାହାର ହୋଇଯିବାରୁ ପାକିସ୍ତାନର ବିକାଶ ଯୋଜନାକୁ ବଡ଼ ଝଟକା ଲାଗିଛି।

   Related Posts