Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଆରମ୍ଭ ଯେଉଁଠି ଶେଷ ବି ସେଇଠି ତଥାପି ବିକଳ ଲୋକେ: ୧୦ ମିନିଟ୍‌ରେ ବିକ୍ରି ହେଲା ସବୁ ବିମାନ ଟିକେଟ୍, ଭଡା ୪୩ ହଜାରରୁ ୨ ଲକ୍ଷ

20/09/2020 at 3:30 PM

ସିଡନୀ ୨୦/୦୯ : ଆପଣ ଏମିତି କୌଣସି ବିମାନ ଯାତ୍ରା କରିବାକୁ ଚାହିଁବେକି ଯାହାର ଲକ୍ଷ୍ୟ ହିଁ ନଥିବ ? ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଅଷ୍ଟ୍ରେଲିଆରେ ଲୋକେ ଏହିଭଳି ଏକ ବିମାନ ଯାତ୍ରା ପାଇଁ ଏମିତି ପାଗଳ ହେଉଛନ୍ତି ଯେ ମାତ୍ର ୧୦ ମିନିଟରେ ସବୁ ଟିକେଟ ବିକ୍ରି ହୋଇଯାଇଥିଲା । ଅଷ୍ଟ୍ରେଲିଆର କାନ୍ତାସ ଏୟାରଲାଇନ୍ସର ସମସ୍ତ ଟିକେଟ ମାତ୍ର ୧୦ ମିନିଟରେ ବିକ୍ରି ହୋଇଯାଇଥିଲା । ଅଷ୍ଟ୍ରେଲିଆ ବିମାନ କମ୍ପାନୀ ୭ ଘଣ୍ଟାର ଏହିଭଳି ଏକ ଯାତ୍ରା ଆରମ୍ଭ କରିଛି ଯାହା ସିଡନୀରେ ଆରମ୍ଭ ହୋଇ ସିଡନୀରେ ହିଁ ଶେଷ ହୋଇଯାଏ । ଏହି ରୋମାଞ୍ଚକ ଯାତ୍ରାରେ ଯାତ୍ରୀଙ୍କୁ ଉଲୁର ମରୁଭୂମିରୁ ଦି ଗ୍ରେଟ ବେରିଆର ରିଫର ମନୋରମ ସମୁଦ୍ର ସହ ଅନେକ ଆକର୍ଷଣୀୟ ସ୍ଥଳ ଦର୍ଶନ କରାଯିବ ।

କାନ୍ତାସ ଏୟାରଲାଇନ୍ସ ପ୍ରବକ୍ତା କହିଛନ୍ତି ଯେ, ଏହି ବିଶେଷ ଉଡାଣ ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହେବ । ଯାତ୍ରୀଙ୍କ ପାଇଁ ୧୩୪ ସିଟ ଉପଲବ୍ଧ କରାଯାଇଛି । ଇକୋନୋମି କ୍ଲାସ ଭଡା ୫୭୫ ଡଲାର (ପାଖାପାଖି ୪୩ ହଜାର ୧୨୫ ଟଙ୍କା) ଧାର୍ଯ୍ୟ କରାଯାଇଥିଲା । ବିଜନେସ ଶ୍ରେଣୀ ପାଇଁ ୨୭୬୫ ଡଲାର (୨ ଲକ୍ଷ ୭ ହଜାର ୩୭୫ ଟଙ୍କା) ଧାର୍ଯ୍ୟ କରାଯାଇଥିଲା ।

ଏୟାରଲାଇନ୍ସ ପ୍ରବକ୍ତା କହିଛନ୍ତି, କରୋନା ଲକଡାଉନ ଯୋଗୁଁ ବିମାନ ଯାତ୍ରା ଜାରିଥିବା ଲୋକେ କିଭଳି ବିକଳ ହୋଇଛନ୍ତି ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସେହି ସହରରେ ବୁଲିବା ପାଇଁ ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ବୁକିଂ ଖୋଲିବାର ମାତ୍ର ୧୦ ମିନିଟରେ ସବୁ ଟିକେଟ ବିକ୍ରି ହୋଇଯାଇଥିଲା ।

କାନ୍ତାସ ଏୟାରଲାଇନ୍ସ ଆଣ୍ଟର୍ଟିକା ପାଇଁ ଜୟ ଫ୍ଲାଇଟ ମଧ୍ୟ ସଂଚାଳନ କରୁଛି । ୧୩ ଘଣ୍ଟାର ଏହି ନନ- ସ୍ଟପ ଉଡାଣ ସମୟରେ ମେଲବର୍ନରୁ ଯାତ୍ରା ଆରମ୍ଭ କରୁଥିବା ଯାତ୍ରୀଙ୍କୁ ଆଣ୍ଟର୍ଟିକାର ବରଫ ଅନାବୃତ ମନୋରମ ଦୃଶ୍ୟ ଦେଖିବାକୁ ମଉକା ମିଳିଥାଏ । ଜୟ ଫ୍ଲାଇଟ ଭଡା ୮୭୬ ଡଲାର ଅର୍ଥାତ ପାଖାପାଖି ୬୫ ହଜାର ୭୦୦ ଟଙ୍କା ।

   Related Posts