କରାଚି ୨୧/୧୦: ପାକିସ୍ତାନରେ ସେନା ଓ ପୋଲିସ୍ ମଧ୍ୟରେ ବିଦ୍ରୋହ ଉଗ୍ରରୂପ ନେଇଛି। ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସ୍ଲିମ୍ ଲିଗ୍-ନଓ୍ବାଜ୍ ନେତା ନଓ୍ବାଜ ସରିଫଙ୍କ ଜ୍ବାଇଁ କ୍ୟାପ୍ଟେନ ମହମ୍ମଦ ସଫଦରଙ୍କ ଗିରଫଦାରୀକୁ ନେଇ ସେନା ଓ ପୋଲିସ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କ୍ୟାପ୍ଟେନ ସଫଦରଙ୍କ ଗିରଫ ପରେ ଦେଶର ରାଜନୀତି ସରଗରମ ହୋଇଛି। ପାକିସ୍ତାନ ସରକାରଙ୍କୁ ବଞ୍ଚାଇବାକୁ ଚାହୁଁଥିବା ସେନା ଏବେ ଚିନ୍ତାରେ ପଡ଼ିଛି। ମିଡିଆ ଓ ବିରୋଧୀ ଦଳଙ୍କ ବିଦ୍ରୋହ ପରେ ତରବରିଆ ଭାବେ ଯାଞ୍ଚ ନିର୍ଦେଶ ଦେଇଛନ୍ତି ପାକ୍ ସେନା ମୁଖ୍ୟ କମର ଜାଭେଦ ବାଜଓ୍ବା।
ଅକ୍ଟୋବର ୧୮ରେ ୧୧ ବିରୋଧୀ ଦଳଙ୍କ ମହାମେଣ୍ଟ ମହାପର୍ବରେ ପାକିସ୍ତାନ ଡେମୋକ୍ରେଟିକ୍ ମୁଭ୍ମେଣ୍ଟ ପକ୍ଷରୁ ବିଶାଳ ଶୋଭାଯାତ୍ରାର ଆୟୋଜନ ହୋଇଥିଲା। ଏହି ଅବସରରେ ନଓ୍ବାଜ୍ ସରିଫଙ୍କ ପୁଅ ଓ ଝିଅ ମରିୟମ ଇମ୍ରାନଙ୍କୁ ଟାର୍ଗେଟ କରିଥିଲେ। ରାଲିରେ ମରିୟମ ନଓ୍ବାଜ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭୀରୁ ଓ ସେନାର କାଠପୁତୁଳି ବୋଲି କହିଥିଲେ। ଏହାସହ ଇମ୍ରାନ ଖାନ ନିଜର ଅସଫଳତାକୁ ଲୁଚାଇବା ପାଇଁ ସେନା ପଛରେ ଲୁଚୁଛନ୍ତି ବୋଲି ମରିୟମ କହିଥିଲେ।
{"id":348496,"sizeSlug":"large"}ରାଲିକୁ ସମ୍ବୋଧନ କରିବା ପରେ ମରିୟମ ନିଜ ସ୍ବାମୀ କ୍ୟାପ୍ଟେନ ସଫଦରଙ୍କ ସହ ହୋଟେଲରେ ପହଞ୍ଚିଥିଲେ। କିନ୍ତୁ ସେହିଦିନ ବିଳମ୍ବିତ ରାତିରେ କରାଚି ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା। ହୋଟେଲ ରୁମ୍ କବାଟ ଭାଙ୍ଗି ପୋଲିସ ସଫ୍ଦରଙ୍କୁ ଉଠାଇ ନେଇଥିବା ମରିୟମ ଅଭିଯୋଗ କରିଥିଲେ। କିନ୍ତୁ ବିାରୋଧୀ ନେତାଙ୍କ ଜୋରଦାର ପ୍ରଦର୍ଶନ ପରେ ପ୍ରମାଣ ନଥିବାରୁ କିଛି ଘଣ୍ଟାରେ ତାଙ୍କୁ ଛାଡ଼ିଥିଲା ପୋଲିସ।
୧୮ ଅକ୍ଟୋବର ରାତିରେ ସେନା ସିନ୍ଧ ପୋଲିସ ମହାନିର୍ଦେଶକ ମୁସ୍ତାକ ମହାରଙ୍କୁ ଉଠାଇ ନେଇଥିଲା। ପରେ ସଫଦରଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିବାକୁ ବାଧ୍ୟ କରିଥିଲା ସେନା। ନିଜ ଅପହରଣରେ ଦୁଃଖି ଥିବା ମୁସ୍ତାକ ଛୁଟିରେ ଚାଲି ଯାଇଥିଲେ। ପରେ ୭୦ ଶୀର୍ଷ ପୋଲିସ ଅଧିକାରୀ ମଧ୍ୟ ଛୁଟିରେ ଚାଲିଯାଇଥିଲେ ବୋଲି ବିରୋଧୀ ଦଳ ଅଭିଯୋଗ କରିଛି।
{"id":348497,"sizeSlug":"large"}ପରେ ବିରୋଧୀ ଦଳ ନେତା ବିଲାବଲ ଭୁଟୋ ଜରଦାରୀ ଜେନେରାଲ ବାଜଓ୍ବା ଓ ଆଇଏସଆଇ ମୁଖ୍ୟଙ୍କୁ ଫୋନ୍ କରିଥିଲେ। ଏହାସହ ସେ ଅଭିଯୋଗ କରିଥିଲେ ଯେ, ସଫଦରଙ୍କୁ ସିନ୍ଧରୁ ଗିରଫ କରାଯାଇଛି। ସେଠାରେ ଆମ ସରକାର ଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇନଥିଲା। ତେଣୁ ଏହା ଏକ ପୂର୍ବ ନିର୍ଦ୍ଧାରିତ ଯୋଜନା ଥିଲା ବୋଲି ସେ କହିଥିଲେ। ତେଣୁ ସେ ଏହି ଘଟଣାର ଯାଞ୍ଚ କରିବାକୁ ଦାବି କରିଥିଲେ। ବିରୋଧୀ ନେତାଙ୍କ ହଙ୍ଗାମା ଓ ମିଡିଆର ନାଲିଆଖ ପରେ ବାଜଓ୍ବା ତରବରିଆ ଭାବେ ମାମଲାର ଯାଞ୍ଚ ପାଇଁ ନିର୍ଦେଶ ଦେଇଛନ୍ତି।