ଭାରତର ଏହି ସ୍ଥାନରେ ରହିଛି ଅଜଗରଙ୍କ ବସ୍ତି – ଦିନ ବେଳେ ବାହାରିଥାଆନ୍ତି ଖରା ପୁଇଁବା ପାଇଁ
31/12/2019 at 5:26 PM

ଭୋପାଳ – ମଧ୍ୟପ୍ରଦେଶର ମଣ୍ଡଲାରେ ଥିବା କାହ୍ନା ଜାତୀୟ ଉଦ୍ୟାନରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ବହୁ ସଂଖ୍ୟାରେ ଅଜଗର ସାପ ଦେଖାଯାଆନ୍ତି । ଏହି ଜାତୀୟ ଉଦ୍ୟାନର ପ୍ରାୟ ୨ ଏକର ସ୍ଥାନରେ ଅଜଗରଙ୍କର ବସ୍ତି ରହିଛି । ଏହି ସ୍ଥାନରେ ବଡ ବଡ ପଥର ଓ ଗୁମ୍ଫା ରହିଥିବାରୁ ଅନେକ ସଂଖ୍ୟାରେ ସାପ ଦେଖାଯାଆନ୍ତି । ଅଜଗର ରହୁଥିବା ଏହି ସ୍ଥାନକୁ ଅଜଗର ଦାଦର ବା ଦମଦମା କୁହାଯାଇଥାଏ । ସୀତ ଦିନରେ ଏଠାରେ ଗୋଟିଏ ଦୁଇ ଟି ନୁହନ୍ତି ଅନେକ ସଂଖ୍ୟାରେ ଅଜଗର ଖରା ପୁଁଉଥିବାର ଦେଖିବାକୁ ମିଳେ ।

ଏହି ଅଜଗର ଦାଦରରେ ଥିବା ଜଙ୍ଗଲ ଓ ଖାଲି ସ୍ଥାନରେ ଅନେକ ଅଜଗର ଦେଖିବାକୁ ମିଳନ୍ତି । ଏହି ସ୍ଥାନରେ ଅଜଗର ସାପ ମାଳ ମାଳ ସଂଖ୍ୟାରେ ଦେଖାଯାଆନ୍ତି ।

ଅନେକ ସଂଖ୍ୟାରେ ଅଜଗର ଦେଖିବା ପାଇଁ ଏଠାରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଦେଖାଯାଇ ଥାଆନ୍ତି ।
୧୯୨୬ ମସିହା ପରଠାରୁ ଏଠାରେ ଅଜଗରଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି ।

ଏକ ବନ୍ୟାରେ ଏହ ସ୍ଥାନ ପୋଲା ହୋଇଯାଇଥିଲା । ସେଠାରେ ମୂଷା ସଂଖ୍ୟା ବୃଦ୍ଧି ପାଇଲା । ମୂଷାଙ୍କୁ ଖାଇବା ପାଇଁ ଅଜଗ ଆସି ସେହି ସ୍ଥାନକୁ ନିଜର ବାସସ୍ଥାନ ଭାବେ ବାଛି ନେଇଥିଲେ ।