ଜାଲରେ ପଡିଲା ଅଜଗର ସାପ, ଉଦ୍ଧାର କଲେ ଓ୍ଵାଇଲ୍ଡ ଲାଇଫ୍ ଓ୍ଵାର୍ଡେନ
20/05/2020 at 8:02 PM

ନୀଳଗିରି, ୨୦।୦୫: ନୀଳଗିରି ଥାନା ଅଧିନ ଗାଙ୍ଗପୁରା ଅଞ୍ଚଳରୁ ୬ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରଯାଇଛି। ଗାଙ୍ଗପୁରା ଗ୍ରାମ ପାଖ ଦେଇ ପ୍ରବାହିତ ହେଉଥିବା ନଈରେ ସାପଟି ଭାସି ଯାଉଥିବା ବେଳେ ଝୁରେଇବଣ ନିକଟରେ ଏକ ଜାଲରେ ସାପଟି ଗୁଡ଼ାଇ ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଥିଲେ। ଏହା ପରେ ଗ୍ରାମବାସୀ wild life warden ପ୍ରକାଶ ମର୍ଦରାଜଙ୍କୁ ଖବର ଦେଇଥିଲେ। ମର୍ଦରାଜ ଏବଂ ଦିଲୀପ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରି ନୀଳଗିରି ସ୍ୱର୍ଣ୍ଣଚୁଡ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି।
Related Posts
କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
21 January 2021