Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପୋଖରୀରେ ଧରୁଥିଲେ ମାଛ, ଜାଲରେ ପଡିଲା ବିରାଟ ଅଜଗର

4/07/2021 at 10:23 AM

କଳାହାଣ୍ଡି ୦୪।୦୭: ମାଛ ଧରିବାକୁ ଜାଲ ପକାଇଥିଲେ । ହେଲେ ଜାଲରେ ପଡିଗଲା ବିଶାଳକାୟ ଅଜଗର ସାପ । ଯାହାକୁ ଦେଖି ଉପସ୍ଥିତ ଥିବା ଲୋକମାନେ ଭୟଭୀତ ହୋଇଯାଇଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ଗଙ୍ଗାସାଗର ପୋଖରୀରେ ଘଟିଛି ଘଟଣା ।

ଖବର ଅନୁଯାୟୀ,  ଜଣେ ମତ୍ସ୍ୟଜୀବୀ ଗଙ୍ଗା ସାଗର ପୋଖରୀରେ ମାଛ ଧରୁଥିବା ଜାଲ ପକାଇଥିଲେ । ହେଲେ ଜାଳରେ ମାଛ ବଦଳରେ  ପଡିଥିଲା ଅଜଗର ସାପ। ପ୍ରାୟ ୭ ଫୁଟର ଲମ୍ବର ଅଜଗର ସାପଟି ଜାଲରେ ପଡିଥିଲା । ଅଜଗର ସାପ ଜାଲରେ ପଡିଥିବା  ଖବର ପାଇ ଘଟଣାସ୍ଥଳରେ ବନ ବିବାଗର କର୍ମଚାରୀ ପହଞ୍ଚିଥିଲେ । ସ୍ଥାନୀୟଲୋକଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ପ୍ରାୟ ସାତ ଫୁଟ ହୋଇଥିବା ବେଳେ ଓଜନ ୮ କିଲୋ ହେବ ଏବଂ ସାପର ଆନୁମାନିକ ବୟସ ଛଅ ମାସ ହେବ। ବନ ବିଭାଗ ଦ୍ୱାରା ସାପଟିକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଯାଇଛି।

   Related Posts