Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ମାଛ ଜାଲରେ ଫସିଗଲା ଅଜଗର, ଘଣ୍ଟାଏ ପରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ

25/01/2021 at 3:35 PM

ପାଟଣା ୨୫।୧: ମାଛ ଜାଲରେ ଫସିଗଲା ଅଜଗର । ଉଦ୍ଧାର କରି ସଂରକ୍ଷିତ ଜଙ୍ଗଲରେ ଛାଡିଲେ ବନ ବିଭାଗ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଏରେଣ୍ଡେଇ ବୈତରଣୀ ନଦୀରୁ ଉଦ୍ଧାର ହୋଇଥିଲା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଏରେଣ୍ଡେଇ ବୈତରଣୀ ନଦୀରୁ ୬ ଫୁଟର ଅଜଗର ସାପକୁ ଉଦ୍ଧାର କରି ସଂରକ୍ଷିତ ଜଙ୍ଗଲରେ ଛାଡିଛି ବନ ବିଭାଗ । ନଦୀରେ ମାଛ ମାରିବା ପାଇଁ ବସାଯାଇଥିବା ଜାଲରେ ସାପଟି ଲାଗି ରହିଥିଲା । କିଛି ଲୋକ ଜାଲରେ ସାପଟି ଫସି ରହିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଦୀର୍ଘ ଏକ ଘଣ୍ଟା ପରିଶ୍ରମ ପରେ ଜାଲକୁ କାଟି ସାପକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ବଣ ମହୁଲଡିହା ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ସାପଟିକୁ ଛାଡି ଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି ।

   Related Posts