ମନ୍ଦିର ପାଖରେ ୨୦ ଫୁଟ୍ ଲମ୍ବର ଅଜଗର : ଦେଖୁ ଦେଖୁ ମୟୁରକୁ ଜିଅନ୍ତା ଗିଳିଦେଲା, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

Published By : Prameya-News7 Bureau | June 01, 2020 IST

ଯମୁନାନଗର ୦୧/୦୬ : ଗତ କିଛି ଦିନ ହେଲା ହରିୟାଣା ଯମୁନାନଗରରେ ଦିନବେଳେ ଟାଣ ଖରା ହେଉଥିବାବେଳେ ରାତିରେ ବର୍ଷା ହେଉଛି | ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବାବେଳେ ବନ୍ୟା ଜୀବଜନ୍ତୁଙ୍କ ପାଇଁ ମଧ୍ୟ ସମୟ ଦେଖାଦେଇଛି | ପାଣିପାଗରେ ହଠାତ ଦେଖା ଦେଇଥିବା ଏହିଭଳି ପରିବର୍ତ୍ତନ ଯୋଗୁଁ ରାଷ୍ଟ୍ରୀୟ ପକ୍ଷୀ ମୟୁର ପାଇଁ ଜୀବନ ମୃତ୍ୟୁ ଭଳି ପରିସ୍ଥିତି ସୃଷ୍ଟି ହୋଇଛି | ଘଞ୍ଚ ବୁଦା ଓ ଗଛ ତଲାଶରେ ମୟୁର ଜଙ୍ଗଲ ମୁହାଁ ହୋଇଛନ୍ତି | ଜଙ୍ଗଲରେ ଭୟଙ୍କର ବିଶାଳକାୟ ଅଜଗର ସାପ ସେମାନଙ୍କୁ ଶିକାର କରିବାକୁ ଅପେକ୍ଷା କରି ବସିଛନ୍ତି | ବିଶାଳକାୟ ଅଜଗର ମୟୁରମାନଙ୍କୁ ଶିକାର କରି ଜିଅନ୍ତା ଗିଳି ଦେଉଛନ୍ତି | ଏହି ଭୟଙ୍କର ଦୃଶ୍ୟର ଏକ ଭିଡିଓ ସାମ୍ନାକୁ ଆସିଛି | ଅଜଗର ଏକ ମୟୁରକୁ ଜିଅନ୍ତା ଗିଳି ଦେଉଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି | ମାମଲା ସଢାରା ବ୍ଲକର ଝଣ୍ଡା ଅଞ୍ଚଳର | ଗ୍ରାମବାସୀ ମୋବାଇଲରେ ଏହି ଭିଡିଓ ରେକର୍ଡ କରିଛନ୍ତି |

{"id":279528,"sizeSlug":"large"}

ଗାଁର ପୂର୍ବତନ ସରପଞ୍ଚ ମାଁ ସିଂ କହିଛନ୍ତି ଯେ, ଗାଁର ପାହାଡି ନିକଟସ୍ଥ ଶିବ ମନ୍ଦିର ପାଖରୁ ବିଶାଳକାୟ ଅଜଗର ସାପ ବାହାରିଥିଲା | ସାପକୁ ଦେଖି ଲୋକଙ୍କ ମଧ୍ୟ ଆତଙ୍କ ସୃଷ୍ଟି ହୋଇଥିଲା | ଅଜଗର ସେଠାରେ ବୁଲୁଥିବା ଏକ ମୟୁରକୁ ଜିଅନ୍ତା ଗିଳି ଦେଇଥିଲା | ଭୟଭୀତ ଗ୍ରାମବାସୀ ବନ ବିଭାଗ କର୍ମଚାରୀ ଓ ପୋଲିସକୁ ସୂଚନା ଦେଇଥିଲେ | ବନ ବିଭାଗ ଟିମ ଓ ପୋଲିସ ପହଞ୍ଚିବା ପୂର୍ବରୁ ଅଜଗର ଜଙ୍ଗଲ ଭିତରକୁ ଚାଲିଯାଇଥିଲା | ଗ୍ରାମବାସୀ କହିଛନ୍ତି ଯେ ବିଶାଳକାୟ ଅଜଗରକୁ ଦେଖି ସେମାନଙ୍କ ହୋସ ଉଡି ଯାଇଥିଲା | ପାଖାପାଖି ୧୫ ରୁ ୨୦ ଫୁଟ ଲମ୍ବ ଅଜଗର ମୟୁରକୁ ସମ୍ପୂର୍ଣ ଗିଳି ଦେଇଥିଲା | ଅଜଗର ବାହାରିବା ପରେ ଲୋକେ ନିଜ ଚାଷଜମିକୁ ଯିବା ପାଇଁ ଭୟଭୀତ ହେଉଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.