Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଭୟଙ୍କର ! କୁମ୍ଭୀରକୁ ଜିଅନ୍ତା ଗିଳିଦେଲା ଅଜଗର ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ

5/07/2019 at 5:07 PM

ଅଷ୍ଟ୍ରେଲିଆର ସବୁଠାରୁ ବଡ ଅଲିଭ ଅଜଗର ଓ ପଶ୍ଚିମ ଅଷ୍ଟ୍ରେଲିଆର ସବୁଠାରୁ ବଡ କୁମ୍ଭୀର ଆମ୍ନାସାମ୍ନା ହୋଇଥିବା ଫଟୋ ସାମ୍ନାକୁ ଆସିଛି । ଅଜଗର ଦେଖୁ ଦେଖୁ କୁମ୍ଭୀରକୁ ଜିଅନ୍ତା ଗିଳିଦେଲା । ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଘଟଣା ମାଉଣ୍ଟ ଇସା କ୍ୟିଇନ୍ସଲ୍ୟାଣ୍ଡର । ଜଣେ ଫଟୋଗ୍ରାଫର ମାର୍ଟିନ ମୁଲରଙ୍କ କାର୍ଯ୍ୟକାଳ ବେଳେ ଏହିସବୁ ଦେଖିବାକୁ ମିଳିଥିଲା ।

ମାର୍ଟିନ ସଙ୍ଗେ ସଙ୍ଗେ ଏହାକୁ ନିଜ କ୍ୟାମେରାରେ କଏଦ କରିଥିଲେ । ଜୁନ ୧ ତାରିଖରେ ମାର୍ଟିନ ଏହି ଫଟୋକୁ GG Wildlife Rescue Inc ର ଫେସବୁକ ପେଜରେ ଅପଲୋଡ କରିଥିଲେ । ଏହି ଫଟୋରେ ଏଯାଏଁ ୨୦ ହଜାର କମେଣ୍ଟ ଓ ୧୮ ହଜାର ଲାଇକ ଆସିସାରିଛି । ୩୭ ହଜାର ଲୋକ ଏହି ଫଟୋକୁ ସେୟାର କରିସାରିଛନ୍ତି । ଫଟୋରେ ଆପଣ ସ୍ପଷ୍ଟ ଦେଖିପାରିବେ ଅଜଗର କିଭଳି କୁମ୍ଭୀରକୁ ଗିଳିଦେଇ ଆରାମରେ ବସିଛି ।

ପ୍ରଥମେ ଅଜଗର କୁମ୍ଭୀରକୁ ମାଡି ବସିଥିଲା । ଫଳରେ କୁମ୍ଭୀର ହଲି ମଧ୍ୟ ପାରୁନଥିଲା । ଏହାପରେ ଅଜଗର ଧିରେ ଧିରେ କୁମ୍ଭୀରକୁ ଗିଳିବା ଆରମ୍ଭ କରିଛି । ଦେଖୁ ଦେଖୁ କୁମ୍ଭୀରର ଅଧା ଭାଗ ଅଜଗର ପାଟକୁ ଚାଲିଯାଇଥିଲା । ଧିରେ ଧିରେ ପୁରା କୁମ୍ଭୀରକୁ ଅଜଗର ଗିଳି ଦେଇଥିଲା ।

କୁମ୍ଭୀରକୁ ଜିଅନ୍ତା ଗିଳିବା ପରେ ଅଜଗର ସେଠାରେ ସେମିତି ପଡି ରହିଥିଲା । ଅଜଗର ପେଟକୁ ଦେଖି ଆପଣ ସ୍ପଷ୍ଟ ଜାଣିପାରୁଥିବେ ।

   Related Posts