ପୋଷା କୁକୁରକୁ ଜିଅନ୍ତା ଗିଳିଦେଲା ବିରାଟକାୟ ଅଜଗର, ତାପରେ...

Published By : Prameya-News7 Bureau | September 23, 2020 IST

ଉତ୍ତରାଖଣ୍ଡ ୨୩/୦୯ : ହିମାଚଳ ପ୍ରଦେଶ କାଙ୍ଗଡା ଜିଲ୍ଲାରେ ଜ୍ୱାଳାମୁଖୀ ଉପଖଣ୍ଡ ସ୍ମଶାନ ଘାଟ ନିକଟରେ ଏକ ବିଶାଳକାୟ ଅଜଗର ଏକ ପୋଷା କୁକୁରକୁ ଜିଅନ୍ତା ଗିଳିଦେଲା । ଘଟଣା ପରେ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଖବର ପ୍ରଚାର ହେବାପରେ ଦେଖୁ ଦେଖୁ ଗ୍ରାମବାସୀ ଘଟଣାସ୍ଥଳରେ ଜମା ହୋଇଥିଲେ । ଅଜଗର ପାଣି ସ୍ରୋତରେ ଥିବାରୁ ତାକୁ ବାହାରକୁ ବାହାର କରିବା କଷ୍ଟକର ଥିଲା । ଅଜଗର କୁକୁରକୁ ଗିଳିଦେଇଥିବା ସୂଚନା ଗ୍ରାମବାସୀ ବନବିଭାଗକୁ ଦେଇଥିଲେ ।

{"id":333373,"sizeSlug":"large"}

ସୂଚନା ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବହୁ ଉଦ୍ୟମ ପରେ ବନବିଭାଗ କର୍ମଚାରୀ ଅଜଗର ମୁହଁରୁ ମୃତ କ୍ଷତବିକ୍ଷତ କୁକୁରକୁ ବାହାର କରିଥିଲେ । ଏହାପରେ ବନବିଭାଗ କର୍ମଚାରୀ ଅଜଗରକୁ ଏକ ବସ୍ତାରେ ବାନ୍ଧି ସେଠାରୁ ନେଇଯାଇଥିଲେ । ଅଜଗରକୁ ଗାଁରୁ ୧୦-୧୫ କିମି ଦୂର ଘଞ୍ଚ ଜଙ୍ଗଲରେ ଛାଡି ଦିଆଯାଇଥିଲା ।

{"id":333377,"sizeSlug":"large"}

ଗ୍ରାମବାସୀ ଏହି ଘଟଣାକ୍ରମରେ ଭିଡିଓ ରେକର୍ଡିଙ୍ଗ କରି ତାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି । ଖବର ପାଇ ଜ୍ୱାଳାମୁଖୀ ଥାନା ପ୍ରଭାରୀଙ୍କ ନେତୃତ୍ୱରେ ଏଏସଆଇ ଓ ଅନ୍ୟ ପୋଲିସକର୍ମୀ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ ଥିଲେ ଏବଂ ଗ୍ରାମବାସୀ ଅଜଗରକୁ କୌଣସି କ୍ଷତି ନ ପହଞ୍ଚିଥିବା ସ୍ପଷ୍ଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.