ଚଳନ୍ତା ଟ୍ରେନ୍‌କୁ ଅଟକାଇଦେଲା ଅଜଗର...

Published By : Prameya-News7 Bureau | January 05, 2020 IST

ଲକ୍ଷ୍ମୌ ୫।୧: ଚଳନ୍ତା ଟ୍ରେନକୁ ଅଟକାଇଲା ଅଜଗର ସାପ । ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଉତ୍ତରପ୍ରଦେଶ ଚିତ୍ରକୂଟରେରେ ଏଭଳି ଘଟଣା ଘଟିଛିୁ । ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଅଟକିଥିଲା । କାରଣ ଏକ ଅଜଗତ ସାପ ଟ୍ରେନ୍ ଲାଇନ୍ ରେ ପଶିଆସିଥିଲା ।

{"id":207126,"width":579,"height":292,"sizeSlug":"large"}

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ ଚିତ୍ରକୂଟରେ ଶୁକ୍ରବାର ମାନିକପୁରରୁ ସତନା ଯାଉଥିଲା ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ । ଟିକରିଆ ଷ୍ଟେସନ ନିକଟରେ ରେଳ ଧାରଣାରେ ଏକ ଅଜଗର ସାପ ପଶିଆସିଥିବାରୁ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଟ୍ରେନକୁ ଅଟକାଇବାକୁ ପଡିଥିଲା ।

{"id":207127,"sizeSlug":"large"}

ଟ୍ରେନଟି ଲାଇନ୍ କ୍ଲିୟର ନଥିବାରୁ ଟିକିରିଆ ଷ୍ଟେସନରେ ଅଟକିଥିଲା । ଯେତେବେଳେ ଟ୍ରାକ୍ ଖାଲି ହୋଇଥିଲା ଟ୍ରେନଟି ସତନା ଅଭିମୁଖେ ଯାତ୍ରୀ ଆରମ୍ଭ କରିଥିଲା । ମାତ୍ର ଅଚାନକ ଏକ ୨୦ ଫୁଟ ଲମ୍ବର ଅଜଗର ସାପ ରେଳ ଧାରଣା ଉପରକୁ ପଶିଆସିଥିଲା । ସାପଟିକୁ ରେଳ ଧାରଣା ଉପରେ ଦେଖି ଟ୍ରେନ୍ ଚାଳକ ବ୍ରେକ୍ ଲଗାଇ ଟ୍ରେନଟିକୁ ଅଟକାଇଦେଇଥିଲେ । ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ସାପଟି ରେଳ ଧାରଣା ଉପରେ ରହିଥିଲା । ୧୦ ମିନିଟ୍ ପରେ ସାପଟି ରେଳ ଧାରଣା ଉପରୁ ଚାଲିଯିବା ପରେ ଟ୍ରେନଟି ନିଜ ଗନ୍ତଗ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.