ଛେଳିକୁ ଗିଳିଦେଲା ୭ ଫୁଟର ଅଜଗର, ଗାଁରେ ଖେଳିଗଲା ଆତଙ୍କ, କିନ୍ତୁ ସାପକୁ ଧରି ଜଙ୍ଗଲରେ ଛାଡିଦେଲା ବନ ବିଭାଗ

Published By : Prameya-News7 Bureau | July 04, 2020 IST

ଉନ୍ନାଓ, ୦୪|୦୭: ଉତ୍ତରପ୍ରଦେଶର ଉନ୍ନାଓ ସିଦ୍ଧୁନାଥ ଗ୍ରାମରେ ଏକ ବିଶାଳକାୟ ଅଜଗରକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏନେଇ ଗ୍ରାମର କିଛି ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ । ଅଜଗରକୁ ଧରି ଜଙ୍ଗଲରେ ଛାଡି ଦିଆଯାଇଛି । ଏହାପରେ ଗ୍ରାମବାସୀ ଶାନ୍ତିରେ ନିଶ୍ୱାସ ମାରିଥିଲେ ।

{"id":295786,"width":683,"height":506,"sizeSlug":"large"}

ଅଜଗରକୁ ଦେଖିବା ପାଇଁ ନିକଟସ୍ଥ ଗ୍ରାମବାସୀ ଗହଳି କରିଥିଲେ । ଏପରିକି ପ୍ରାୟ ୧୦୦ରୁ ୧୫୦ ଲୋକ ଜମା ହୋଇଯାଇଥିଲେ । ଏହି ଅଜଗରର ଲମ୍ବା ପ୍ରାୟ ୭ ଫୁଟ୍ ଥିବା ବେଳେ ଏହାର ଓଜନ ୩୦ କେଜି ଥିଲା । ତେବେ ଗ୍ରାମବାସୀଙ୍କ ସହାୟତାରେ ଅଜଗରକୁ ବନ ବିଭାଗ ଜଙ୍ଗଲରେ ଛାଡି ଦେଇଥିଲା ।

ପ୍ରଥମେ ଏକ ଛେଳି ଚରାଳି ଅଜଗରକୁ ପ୍ରଥମ ଥର ଦେଖିବାକୁ ପାଇଥିଲେ । ସେହି ସମୟରେ ଅଜଗରଟି ଏକ ଛେଳିକୁ ଗିଳୁଥିଲା । ଏହାପରେ ସେ ତୁରନ୍ତ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଲୋକମାନେ ଏହାର ଭିଡିଓ ମଧ୍ୟ ସୁଟିଂ କରିଥିଲେ । ଏହାପରେ ବନ ବିଭାଗ ଆସି ଅଜଗରକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲା ।

{"id":295787,"width":693,"height":370,"sizeSlug":"large"}

ବନ ବିଭାଗର କହିବାନୁସାରେ, ଅଜଗରଟି ଖାଦ୍ୟ ଅନ୍ୱେଷଣରେ ଗ୍ରାମ ନିକଟକୁ ଚାଲି ଆସିଥିଲା । ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସତ୍ୱେ ଗ୍ରାମବାସୀ ଆତଙ୍କିତ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.