ବିଶାଳ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡିଲା ବନ ବିଭାଗ

Published By : Prameya-News7 Bureau | September 26, 2020 IST

ମାଲକାନଗିରି,୨୬/୦୯ : ମାଲକାନଗିରି ଜିଲ୍ଲା ମାଥିଲି କର୍ତ୍ତନପାଲି ଗ୍ରାମକୁ ଏକ ବିଶାଳ ଅଜଗର ସାପକୁ ଉଦ୍ଧାର କରାଯାଇଛି । ସାପକୁ ବନକର୍ମଚାରୀ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇଛନ୍ତି ।

ସୂଚନାନୁସାରେ, ଗତ ଦୁଇଦିନ ଧରି ମାଲକାନଗିରି ଜିଲ୍ଲାରେ ବର୍ଷା ହେଉଛି । ତେଣୁ ଏକ ଅଜଗରସାପ ଖାଦ୍ୟ ଅନ୍ୱେଶ୍ୱଣରେ ଜଙ୍ଗଲରୁ କର୍ତ୍ତନପାଲି ଗ୍ରାମକୁ ଚାଲିଆସିଥିଲା । ଏହାସହ ଜଣେ ବ୍ୟକ୍ତିଙ୍କ କୁକୁଡା ଭାଡିରୁ ମଧ୍ୟ ୬ଟି କୁକୁଡା ଖାଇଦେଇଥିଲା । ଫଳରେ କୁଆଡେ ନଯାଇପାରି ସେଠାରେ ହିଁ ପଡି ରହିଥିଲା । ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ ।

ସୂଚନା ପାଇ ମହିଳା ବନପାଳ କ୍ଷୀରଲତା ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଆସି ସାପକୁ ଉଦ୍ଧାର କରିଥିଲା । ଉଦ୍ଧାର ପରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.