Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର, ଶାଳକର ଠେଙ୍ଗାମାଡ଼ରେ ଭିଣୋଇ ମୃତ
  • ||

ବିରାଟ ଅଜଗର ସାପ ଉଦ୍ଧାର

28/10/2019 at 8:58 AM

ଖୋର୍ଦ୍ଧା ୨୮/୧୦: ବିରାଟ ଅଜଗର ସାପ ଉଦ୍ଧାର ହୋଇଛି। ଡେଲାଙ୍ଗ ବ୍ଲକ ରେଙ୍ଗଳ ଗାଁ ନିକଟ ଶଙ୍କରୁ ସାପଟିକୁ ଉଦ୍ଧାର କରାଯାଇଛି । ଦୟାନଦୀ କେନାଲ ସମୀରା ଶଙ୍ଖ ଗେଟ ନିକଟରେ ସାପଟିକୁ ପ୍ରଥମେ ଦେଖିଥିଲେ ସ୍ଥାନୀୟ ଲୋକେ ।

ଗତକାଲି ସନ୍ଧ୍ୟା ୫ଟା ବେଳେ ସାପଟିକୁ ଦେଖି ଲୋକେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା ଖୋର୍ଦ୍ଧା ବନଖଣ୍ଡ କର୍ମଚାରୀ । କିନ୍ତୁ ସାପଟି ପାଣିରେ ଥିବାରୁ ସେମାନେ ପ୍ରଥମେ ଉଦ୍ଧାର କରିପାରିନଥିଲେ । ତେଣୁ ଜଟଣୀ ଦମକଳ ବାହିନୀର ସହାୟତା ନିଆଯାଇଥିଲା । ଦୀର୍ଘ ୪ ଘଣ୍ଟାର ଅପରେସନ ପରେ ବନ ବିଭାଗ କର୍ମଚାରୀ, ସ୍ନେକ ହେଲ୍ପ ଲାଇନ ସଦସ୍ୟ ଓ ଅଗ୍ନୀଶମ ବାହିନୀର ମିଳିଜ ଅପରେସନ ପରେ ସାପଟିକୁ ଉଦ୍ଧାର କରାଯାଇଛି । ସାପଟିର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ଜଣାପଡ଼ିଛି।

   Related Posts