ବିଚ୍ ରାସ୍ତାରେ ବାଇକ ଚଳା ତଳେ ପଶିଗଲା ୫ ପୁଟର ଅଜଗର

Published By : Prameya-News7 Bureau | July 28, 2021 IST

ସାଲେପୁର ୨୮/୭ : ସାଲେପୁର ଜରିପଡା ପଞ୍ଚାୟତ ପଇଗୁଆଁ ଗ୍ରାମ ନିକଟରେ ଅଶୋକ ଦାସଙ୍କ ଦୋକାନ ସମ୍ମୁଖରେ ଏକ ଅଜଗର ସାପ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଧାଉକି, ଗତକାଲି ରାତିରେ ରାସ୍ତାରେ ଜଣେ ଗାଡି ଚାଳକ ଯାଉଥିବାବେଳେ ସାପଟି ଚକା ତଳେ ପଶିଯାଇଥିଲା ।

ଫଳରେ ଗାଡି ଚାଳକ ଜଣକ ଭୟରେ ଗାଡି ଟିକୁ ଠିଆ କରିଦେଇ ଦୈାଉଡି ପଳାଇଥିଲେ । ସାପଟି ଆଘାତ ପାଇ ପଡିରହିଥିବା ବେଳେ ସାପଟିକୁ ଦେଖି ବାକୁ ସ୍ଥାନୀୟ ଲୋକମାନଙ୍କ ଭିଡ ଜମିଥିଲା । ଖବର ଘଟଣା ସ୍ଥଳରେ ସାପ ଧରାଳି ପହଞ୍ଚି ସାପଟିକୁ ନେବା ସହ ଚିକିତ୍ସା କରାଯାଇ ଜଙ୍ଗଲରେ ଛଡାଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.