ଟ୍ରକରେ ଅଜଗର - ଗାଡି ଛାଡି ଦୌଡି ପଳାଇଲେ ଡ୍ରାଇଭର୍‌ , ବନ ବିଭାଗ ଉଦ୍ଧାର କଲା

Published By : Prameya-News7 Bureau | November 29, 2019 IST

କଳାହାଣ୍ଡି ୨୯।୧୧ - କଳାହାଣ୍ଡି  ଜିଲ୍ଲା  ନର୍ଲା ବ୍ଲକର ଛତିଗୁଡ଼ା ଛକରେ ଏକ ଲାଇନ ଟ୍ରକ ରୁ ୭ ଫୁଟ ର ଆଜଗର ଉଦ୍ଧାର କରାଯାଇଛି । ଟ୍ରକ ଡ୍ରାଇଭର  ଚକରେ ପବନ ଚେକ ବେଳେ ତେଲ ଟାଙ୍କି ଚେଚିସ ବାର ଉପରେ ସାତ ଫୁଟ ର ଅଜଗର ସାପ ଠାବ କରିଥିଲେ ।

{"id":191810,"sizeSlug":"large"}

ଏନେଇ ସ୍ଥାନୀୟ ଲୋକଙ୍କଙ୍କୁ ଜଣାଇବା ପରେ କଳାହାଣ୍ଡି ଉତ୍ତର ବନଖଣ୍ଡ ବିଭାଗ ର ଅଧିକାରୀ ସୁଚନା ପାଇ ଏକ ଉଦ୍ଧ।ରକାରୀ ଦଳ ଭବାନୀପାଟଣାରୁ ଆସି ସାପ ଟିକୁ ଉଦ୍ଧାର କରିଥିଲେ । ସାପଟି  ପ୍ରାୟ ୭ ଫୁଟ ଲମ୍ବର ହୋଇଥିବା ବେଳେ ଏହା ଦେଖିବାକୁ ଶହଶହ ଲୋକଙ୍କ ଭିଡ଼ ଜମି ରହିଥିଲା ।ବନ ବିଭାଗ ସାପଟିକୁ ଉଦ୍ଧାର କରି  ନିକଟସ୍ଥ କେର୍କେଟା ଜଙ୍ଗଲରେ ଛାଡି ଦେଇଥିବା ବନବିଭାଗ ସୁଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.