ବରଗଛରେ ଥିଲା ୧୦ ଫୁଟ୍‌ର ଅଜଗର, ୩ ଦିନ ପରେ ହେଲା ଉଦ୍ଧାର

Published By : Prameya-News7 Bureau | May 16, 2021 IST

ସାନଖେମୁଣ୍ଡି ୧୬/୫: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଥରପୁଞ୍ଜି ଗାଁ ଗାଦିଓଟ ବରଗଛରୁ ଉଦ୍ଧାର ହେଲା ବିଶାଳ ଅଜଗର। ବରଗଛରେ ଥିଲା ବିଶାଳ ଅଜଗର। ଦୀର୍ଘଦିନ ହେଲା ସାପଟି ଗଛରେ ରହିଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏନେଇ ପିପୁଲ ଫର ଆନିମାଲର ସଦସ୍ୟ ଶୁଭମ କୁମାର ସାହୁଙ୍କୁ ସୂଚନା ଦିଆଯାଇଥିଲା।

{"id":453388,"width":741,"height":351,"sizeSlug":"large","linkDestination":"none"}

ଶୁଭମ ସେଠାରେ ପହଞ୍ଚି ସାପଟିକୁ କାବୁରେ ଆଣିବାକୁ ୩ ଦିନ ଅକ୍ଳାନ୍ତ ପରିଶ୍ରମ କରି ବିଫଳ ହୋଇଥିଲେ। କିନ୍ତୁ ତା ପରଦିନ ସାପଟି ବାହାରକୁ ଆସିବା ପରେ ଶୁଭମ ଏହାକୁ ଧରିବାରେ ସକ୍ଷମ ହୋଇଥିଲେ। ଭାରତୀୟ ଅଜଗର ୧୦ ଫୁଟ୍‌ର ହୋଇଥିବା ବେଳେ ବୟସ ୬ ବର୍ଷ ହେବ ବୋଲି ଅନୁମାନ କରିଛନ୍ତି ଶୁଭମ।

ଏହା ସହ ସାପଟିର ଓଜନ ପାଖାପଖି ୩୨ କେଜି ହେବ ବୋଲି କୁହାଯାଉଛି। ପରେ ବନ ବିଭାଗକୁ ଖବର ଦେବା ସହ ଉଦ୍ଧାର ଅଜଗରକୁ ଶୁଭମ ଜଙ୍ଗଲରେ ଛାଡ଼ିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.