Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପ୍ରଥମେ ଗିଳିଲା ତାପରେ ବାହାର କଲା: ଜିଅନ୍ତା କୋକିଶିଆଳିକୁ ଗିଳିଦେଲା ବିରାଟ ଅଜଗର

1/10/2020 at 7:03 PM

ଭୋପାଲ ୦୧/୧୦ : ମଧ୍ୟପ୍ରଦେଶରରୁ ଅଜଗରର ଏକ ଲାଇଭ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ବିରାଟ ଅଜଗର ଏକ କୋକିଶିଆଳିକୁ ଜିଅନ୍ତା ଗିଳି ଦେଇ ବାନ୍ତି କରିଥିବାର ଦେଖିବାକୁ ମିଳିଛି । ଏହି ଭାଇରାଲ ଭିଡିଓ ମଣ୍ଡଳର କାହ୍ନା ଜାତୀୟ ଉଦ୍ୟାନର ବୋଲି କୁହାଯାଉଛି । କୋକିଶିଆଳିକୁ ଜିଅନ୍ତା ଗିଳିବା ପରେ ଅଜଗର ବିଶ୍ରାମ ନେଉଥିଲା । କିଛି ଗ୍ରାମବାସୀ ଅଜଗର କୋକିଶିଆଳିକୁ ଗିଲିଥିବାର ଦେଖିଥିଲେ । ଏହା ଦେଖି ସେମାନେ ଚିତ୍କାର କରିଥିଲେ । ଲୋକଙ୍କ ପାଟି ଶୁଣି ଅଜଗର କୋକିଶିଆଳିକୁ ପୁଣି ବାହାର କରିଦେଇଥିଲା ।

ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଥିବା ଏହି ଭିଡିଓକୁ ତିନି ଦିନ ପୁରୁଣା କୁହାଯାଉଛି । ଘଟଣାର ପୁରା ଭିଡିଓ ଗ୍ରାମବାସୀ ନିଜ ମୋବାଇଲରେ ରେକର୍ଡ କରିଥିଲେ ଓ ସୋସିଆଲ ମିଡ଼ିଆରେ ଭାଇରାଲ ଲରିଥିଲେ ।

ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ଏକ ପ୍ରିୟ ସ୍ଥାନ । ସାଧାରଣ ଦିନରେ ଏଠାରେ ପର୍ଯ୍ୟଟକଙ୍କ ବହୁତ ଭିଡ ହୋଇଥାଏ । କିନ୍ତୁ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ପରିବେଶ ଦୃଷ୍ଟିରୁ ଏହି ସ୍ଥାନ ବନ୍ୟଜନ୍ତୁ ପାଇଁ ଅତ୍ୟନ୍ତ ଅନୁକୂଳ ବୋଲି ବିବେଚନା କରାଯାଏ । କାହ୍ନା ଜାତୀୟ ଉଦ୍ୟାନରୁ ବନ୍ୟଜନ୍ତୁଙ୍କ ଅନେକ ଆକର୍ଷଣୀୟ ଭିଡିଓ ଏବଂ ଫଟୋ ପ୍ରତିଦିନ ଭାଇରାଲ ହେଉଛି ।

   Related Posts