ବିଜେଡିରେ ଯୋଗଦେଲେ ପ୍ୟାରୀଙ୍କ ଝିଅ ସିକ୍ତା ପତି

Published By : Prameya-News7 Bureau | November 23, 2019 IST

ଭୁବନେଶ୍ୱର ୨୩।୧୧ - ବିଜେଡିରେ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି ଯୋଗ ଦେଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି ।


ତାଙ୍କୁ ଦଳକୁ ସ୍ୱାଗତ କରୁଛନ୍ତି ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ସିକ୍ତା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ । ବିଜେଡି ରାଜ୍ୟର ଉନ୍ନତି ପାଇଁ ବେଶ୍‌ ଭଲ କାମ କରିଛି ବୋଲି କହିଛନ୍ତି । ସେ ରାଜ୍ୟରେ ସାମିଜିକ ବିକାଶ ଦିଗରେ ଅଧିକ ଧ୍ୟାନ ଦେବେବୋଲି କହିଛନ୍ତି । ସିକ୍ତା ଏବେ ଶିକ୍ଷାବିତ୍‌ ଓ ସମାଜସେବୀ ଭାବେ କାର୍ଯ୍ୟ କରୁଛନ୍ତି ।

ନବୀନଙ୍କ କ୍ୟାମ୍ପରେ ପ୍ୟାରୀଙ୍କ ଝିଅ । ଅର୍ଥାତ୍ ସ୍ବର୍ଗତ ପ୍ୟାରୀ ମହାପାତ୍ରଙ୍କ ଝିଅ ସିକ୍ତା ବିଜେଡିରେ ଯୋଗଦେଇଛନ୍ତି । ନବୀନ ନିବାସରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ପ୍ୟାରୀମୋହନ ମହାପାତ୍ରଙ୍କ ବଡ ଝିଅ ସିକ୍ତା ପତି । ମହିଳା ଓ ଶିଶୁଙ୍କ ପାଇଁ ସରକାର ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ପ୍ରଭାବିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ସିକ୍ତା । ଏପରିକି ନବୀନଙ୍କ ବିକାଶମୂଳକ କାମକୁ ପ୍ରଂଶସା କରିବାକୁ ପଛାଇ ନାହାନ୍ତି ପ୍ୟାରୀଙ୍କ ଝିଅ । ପ୍ୟାରୀମୋହନ ମହାପାତ୍ରଙ୍କ ଦେହାନ୍ତର ଦୀର୍ଘ ୨ ବର୍ଷ ପରେ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ତାଙ୍କ ବଡ ଝିଅ ସିକ୍ତା ପତି । ପ୍ୟାରୀମୋହନ ମହାପାତ୍ର ବିଜେଡିରେ ଥିବା ବେଳେ ତାଙ୍କ ପରିବାରରୁ କୌଣସି ସଦସ୍ୟଙ୍କୁ ରାଜନୀତିରେ ଦେଖିବାକୁ ମିଳିନଥିଲା । ଏପରିକି ବିଜେଡିରୁ ବିଦା ହେବା ପରେ ନିଜେ ଦଳ ଗଢିଥିଲେ ମଧ୍ୟ ପରିବାରର କୌଣସି ସଦସ୍ୟଙ୍କୁ ଏଥିରେ ସାମିଲ କରିନଥିଲେ ପ୍ୟାରୀ । ସମାଜସେବା କରୁଥିବା ସିକ୍ତା ଦୀର୍ଘଦିନ ହେବ ଲୋକଙ୍କ ସମସ୍ୟା ସହ ଜଡିତ ରହିଛନ୍ତି ।  


ସୂଚନା ଯୋଗ୍ୟ ବିଜେଡି ଗଠନରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ୟାରୀ ମୋହନ ମହାପାତ୍ର ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହେବା ପରେ ନିଜର ରାଜନୈତିକ ଦଳ ଗଠନ କରିଥିଲେ । ଓଡିଶା ଜନମୋର୍ଚ୍ଚା ନାମକ ଦଳ ସେ ଗଠନ କରିଥିଲେ । ମାତ୍ର ଏହି ଦଳ ଏତେଟା ସଫଳତା ପାଇ ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.