ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ‘ପ୍ୟାର କା ପଞ୍ଚନାମା’ର ଏହି ହଟ୍ ଅଭିନେତ୍ରୀ

Published By : Prameya-News7 Bureau | February 22, 2020 IST

ମୁମ୍ବାଇ ୨୨/୨: ଫିଲ୍ମ ‘ପ୍ୟାର କା ପଞ୍ଚନାମା’ର ଅଭିନେତ୍ରୀ ଇଶିତା ରାଜ ଶର୍ମା ଫିଲ୍ମ ନିର୍ମାତା ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମ ‘ଓ୍ବାଇଲ୍ଡ ଓ୍ବାଇଲ୍ଡ ପଞ୍ଜାବ’ରେ ନଜର ଆସିବେ। ଇଶିତା କହିଛନ୍ତି ଯେ ,‘ ସେ ଏହି ପ୍ରୋଜେକ୍ଟକୁ ନେଇ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ଏବଂ ସେ ଏଥିପାଇଁ ଇଚ୍ଛୁକ ଥିଲେ। ସେ ଖୁବ୍ ଶୀଘ୍ର ଲଭ ରଞ୍ଜନ ସାରଙ୍କ ସହ ପୁଣି ଥରେ କାମ କରିବେ। ଏଥର ସେ ଟି-ସିରିଜ ସାଥିରେ ଏହା ନିର୍ମାଣ କରିବେ।’ ଏହା ପୂର୍ବରୁ ଇଶିତା ‘ପ୍ୟାର କା ପଞ୍ଚନାମା-୨’ ଏବଂ ‘ସୋନୁ କେ ଟିଟୁ କି ସ୍ବିଟି’ରେ କାମ କରିଛନ୍ତି।

{"id":227561,"sizeSlug":"large"}

ଇଶିତା ହଟନେସ୍ ପାଇଁ ଲୋକପ୍ରିୟ ହୋଇଛନ୍ତି। ସେ ସବୁବେଳେ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ନିଜ ଫଟୋ,ଭିଡିଓ ସେୟାର କରିଥାଆନ୍ତି। ସେ ଅଧିକାଂଶ ସମୟ ବିକିନି ପିନ୍ଧି ହଟ୍ ଫଟୋ ଛାଡ଼ି ଫ୍ୟାନଙ୍କୁ ଆକର୍ଷିତ କରିଥାଆନ୍ତି। ଇନଷ୍ଟାଗ୍ରାମରେ ଇଶିତାଙ୍କ ଲକ୍ଷ ଲକ୍ଷ ଫଲୋୟର୍ସ ଅଛନ୍ତି।

{"id":227562,"width":588,"height":368,"sizeSlug":"large"}

ଇଶିତା ‘ପ୍ୟାର କା ପଞ୍ଚନାମା-୨’, ‘ସୋନୁ କେ ଟିଟୁ କି ସ୍ବିଟି’,‘ମେରଠିଆ ଗ୍ୟାଙ୍ଗଷ୍ଟାର୍ସ’,‘ପ୍ରସ୍ଥାନମ୍’ ଭଳି ଫିଲ୍ମରେ କାମ କରିଛନ୍ତି।

{"id":227569,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.