Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

“ପ୍ୟାର କା ପଞ୍ଚନାମା” ଫିଲ୍ମ ଫେମ୍‌ ସୋନାଲି ସହଗଲଙ୍କ ଗ୍ଲାମରସ ଲୁକ୍‌ ଦେଖି ଉଡିଯିବ ହୋସ୍

19/04/2019 at 3:22 PM

ମୁମ୍ୱାଇ୧୯|୪: “ପ୍ୟାର କା ପଞ୍ଚନାମା” ଫିଲ୍ମର ଅଭିନେତ୍ରୀ ସୋନାଲି ସହଗଲଙ୍କ ଗ୍ଲାମରସ ଅବତାର ଆଜିକାଲି ଭାଇରାଲ ହେବାର ଲାଗିଛି। ସୋନାଲି ଏବେ ଏକ ଆଇଟମ ସଂଗ ଶୁଟିଂରେ ବ୍ୟସ୍ଥ ଅଛନ୍ତି। ଏହି ଗୀତର ଶୁଟିଂ ସେଟ୍‌ର କିଛି ଫଟୋ ଭାଇରାଲ ହୋଇଛି। ତାଙ୍କର ଏହି ଫଟୋ ଦେଖି ଦର୍ଶକଙ୍କ ହୋସ ଉଡିଯାଇଛି ।
ସୋନାଲିଙ୍କ ପ୍ରଥମ ଫିଲ୍ମ ୨୦୧୧ ମସିହାରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ସୋନାଲି ଅଭିନେତା କାର୍ତ୍ତିକ ଆର୍ୟ୍ୟନଙ୍କ ସହ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ସୋନାଲି “ରେହା” ଭୂମିକାରେ ଅଭିନୟ କରିଥିଲେ। ପ୍ୟାର କାପଞ୍ଚନାମାର ୨ଟି ପାର୍ଟସ ଫିଲ୍ମରେ ଅଭିନୟ କରିଲା ପରେ ସୋନାଲି ବେଶ ଚର୍ଚ୍ଚାରେ ଥିଲେ। ଲଭ ରଂଜନଙ୍କ ଫିଲ୍ମ “ସନୁ କେ ଟିଟୁ କି ସ୍ୱିଟି”ରେ କେମିଓ କରିଥିଲେ। ସୋନାଲି ଫିଲ୍ମରେ ବହୁତ ସେକ୍ସି ଓ ହଟ୍‌ ଲାଗୁଥିଲେ।
ଏହି ଅନ୍ଦାଜ ପାଇଁ ତାଙ୍କର ବହୁତ ଫ୍ୟାନ ଫଲୋଇଂଗ ଅଛନ୍ତି। ଖୁବ୍‌ ଶୀଘ୍ର ସୋନାଲି ସେଟର୍ସ ଫିଲ୍ମରେ ଦେଖିବାକୁ ମିଳିବେ। ଏହି ଫିଲ୍ମର ଗୋଟେ ଗୀତ ପାଇଁ ସୋନାଲି ବହୁତ କସରତ କରୁଛନ୍ତି। ସେଟର୍ସ ଫିଲ୍ମ ଏକ କ୍ରାଇମ୍‌ ଥ୍ରୀଲର କାହାଣୀ। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ଆଫତାବ ଶିୱଦାସନୀ ଅଭିନୟ କରିବେ। ଆଫତାବଙ୍କ ବିପକ୍ଷରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ଭଉଣୀ ଇଶିତା ଦତ୍ତ ଅଭିନୟ କରିବେ।
ସୋନାଲି ଏହି ଚଳଚ୍ଚିତ୍ରରେ ଆଇଟମ ସଂଗର ପ୍ରସ୍ତୁତି କରୁଛନ୍ତି। ସିନେମା ଜଗତ ବ୍ୟତୀତ ସୋନାଲି ମଡେଲିଂ କରନ୍ତି। ଏହା ସହ ସେ ଅନେକ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି। ମିସ୍‌ ଇଂଡୟା ୱାଲର୍ଡୱାଇଡ୍‌ କମ୍ପିଟିସନ୍‌ରେ ରାମ୍ପ ମଡେଲିଂ କରିଥିଲେ ସୋନାଲି। ସୋନାଲି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସହ ଗୋଟେ ଆଡ କ୍ୟାମ୍ପେନରେ କାମ କରିସାରିଛନ୍ତି। ଥମ୍ପ୍‌ସଅପ ଆଡ କ୍ୟାମ୍ପେନରେ ଉଭୟଙ୍କୁ ଏକା ସହ ଦେଖିବାକୁ ମିଳିଥିଲା। ।

 

 

   Related Posts