ରାସ୍ତା କଡ ପୋଲରେ ପିଟିହେଲା କାର୍, ପିଡବ୍ଲୁଡି ଏସଡିଓ ଗୁରୁତର

Published By : Prameya-News7 Bureau | November 06, 2020 IST

ଜି.ଉଦୟଗିରି ୬।୧୧: ଦୁର୍ଘଟଣାରେ ପିଡବ୍ଲୁଡି ବିଭାଗର ଏସଡିଓ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଜି.ଉଦୟଗିରି ପିଡବ୍ଲୁଡି ବିଭାଗର ଏସଡିଓ କୈଳାସ ବେହେରା ଫୁଲବାଣୀରୁ ଜି.ଉଦୟଗିରି ଫେରୁଥିଲେ । ଏହି ସମୟରେ ଟିକାବାଲି ଥାନାର ତଲାରୀମାହା ପାଖରେ ଗାଡ଼ିଟି ରାସ୍ତା ପାଖରେ ଥିବା ଏକ ପୋଲରେ ପିଟି ହୋଇଯାଇଥିଲା । ଫଳରେ ସେ ଗୁରୁତର ହୋଇଛନ୍ତି । ସହକର୍ମୀମାନଙ୍କ ସହାୟତାରେ ଜେସିବି ଦ୍ବାରା ଗାଡିକୁ ଉଦ୍ଧାର କରାଯିବ ସହ ଆହତ କୈଳାସ ବେହେରାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.