ଧନୀଙ୍କ ପୋଷା ଜୀବ ବି ଭାଗ୍ୟବାନ: ଦିଲ୍ଲୀରୁ ମୁମ୍ବାଇ ଜେଟ୍‌ରେ ଆସିବେ, ମାଲିକ ଦେବେ ୯.୬ଲକ୍ଷ ଟଙ୍କା

Published By : Prameya-News7 Bureau | June 05, 2020 IST

ମୁମ୍ବାଇ ୫।୬: କରୋନା ଲକଡାଉନ୍‌ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଲୋକେ ଫଶି ରହିଥିଲେ। ତେବେ ବସ୍, ରେଳ  ଓ ବିମାନ ଚଳାଚଳ ସ୍ୱଭାବିକ ହେବା ପରେ ଲୋକେ ନିଜନିଜ ଘରକୁ ଫେରିଛନ୍ତି। ହେଲେ ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେ ସେମାନଙ୍କ ପାଳିତ ପଶୁଙ୍କୁ ଛାଡି ଆସିଛନ୍ତି। ଏଣୁ ମୁମ୍ବାଇର ଜନୈକା ମହିଳା ଦିଲ୍ଲୀରେ ଛାଡି ଆସିଥିବା ତାଙ୍କ ପୋଷା ପ୍ରାଣୀକୁ ଆଣିବା ଲାଗି ୯.୬ ଲକ୍ଷ ଟଙ୍କା ଦେଇ ଏକ ୬ସିଟର ପ୍ରାଇଭେଟ୍ ଜେଟ୍ ବୁକ୍ କରିଥିବା ଜଣାପଡିଛି।

{"id":281744,"sizeSlug":"large"}

ମୁମ୍ବାଇର ସାଇବର ସିକ୍ୟୁରିଟି ରିସର୍ଚ୍ଚର ଦୀପିକା ସିଂହ ଦିଲ୍ଲୀରୁ ପୋଷା ଜୀବଙ୍କ ସହ ତାଙ୍କ ସମ୍ପର୍କୀୟଙ୍କୁ ଆଣିବା ଲାଗି ଏହି ସ୍ୱତନ୍ତ୍ର ବିମାନ ବୁକ୍ କରିଛନ୍ତି। ତେବେ ତାଙ୍କର ଅନେକ ସମ୍ପର୍କୀୟ ଏଥିଲାଗି ମନା କରିଦେଇଥିବା ବେଳେ ଏପର୍ଯ୍ୟନ୍ତ ୪ ଜଣ ସେମାନଙ୍କ ପାଳିତ ପଷୁଙ୍କ ସହ ବିମାନରେ ଯାତ୍ରା ଲାଗି ସହମତି ଦେଇଛନ୍ତି। ୬ସିଟର ବିମାନରେ ଯାତ୍ରୀଙ୍କ ସହ ପୋଷାଜୀବ ଆଣିବା ଲାଗି ଜଣ ପିଛା ୧ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ ପଡୁଛି। ଯଦି ଆଉ ୨ ଜଣ ନ ମିଳନ୍ତି ତଥାପି ୪ ଜଣଙ୍କ ସହ ବିମାନ ଦିଲ୍ଲୀରୁ ଉଡିବ ବୋଲି ଦୀପିକା କହିଛନ୍ତି। ଏହି ବିମାନରେ ୬ ଜଣ  ସେମାନଙ୍କସହ ନିଜ କୁକୁର, ବିଲେଇ ଓ ପଞ୍ଜୁରିରେ ରଖି ପକ୍ଷୀ ଆଣିପାରିବେ।

{"id":281745,"sizeSlug":"large"}

ଯଦି ଆଉ ୨ ଜଣ ମିଳିଯାଆନ୍ତି ତେବେ ବିମାନ ଭଡା ବାବଦ ଖର୍ଚ୍ଚ ହ୍ରାସ ହୋଇପାରନ୍ତାବୋଲି ଦୀପିକା କହିଛନ୍ତି। ଯଦି ନ ମିଳନ୍ତି ତେବେ ଅଧିକ ବ୍ୟୟ ପଡୁ ପଛେ ଏମାନେ ସମସ୍ତେ ଜୁନ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରୁ ମୁମ୍ବାଇ ପହଞ୍ଚିବା କିନ୍ତୁ ନିଶ୍ଚିତ ବୋଲି କହିଛନ୍ତି। ତେବେ ବିମାନ ଯାତ୍ରାବେଳେ ମଧ୍ୟ କୋଭିଡ-୧୯ ସତର୍କତା ଅବଲମ୍ବନ କରାଯିବ। ଏଥିରେ ଯାତ୍ରୀ ଓ ସେମାନଙ୍କ ପୋଷା ଜୀବଙ୍କ ଶରୀରର ତାପମାତ୍ରା ଯାଞ୍ଚ କରାଯିବ ବୋଲି ଏକ୍ରେସନ ଏଭିଏସନ ମାଲିକ ରାହୁଲ ମୁଛାଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.