ଜୁନ୍ ୧୫ ସୁଦ୍ଧା ଖୋଲିପାରେ ସପିଙ୍ଗ୍ ମଲ୍, ଶେଷ ସୁଦ୍ଧା ଖୋଲିପାରେ ସିନେମା ହଲ୍

Published By : Prameya-News7 Bureau | May 18, 2020 IST

ନୂଆଦିଲ୍ଲୀ ୧୮/୦୫ : ଦେଶରେ ଲକ୍ ଡାଉନ୍ ଅବଧି ପୁଣି ବଢ଼ାଇ ଦିଆଯାଇଛି | ମେ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଅବଧି ବଢ଼ାଇ ଦିଆଯାଇଛି | ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିଛି | ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ମେ ୧୮ ତାରିଖରୁ ଆରମ୍ଭ ହୋଇ ମେ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ | CNBC TV18 ସହ ଏକ ସାକ୍ଷାତକାରରେ PVR ର ଚେୟାରମ୍ୟାନ୍ ଏବଂ ଏମଡି ଅଜୟ ବିଜଲୀ କହିଛନ୍ତି ଯେ, ଜୁନ ୧୫ ତାରିଖ ଆଡକୁ ସପିଙ୍ଗ୍ ମଲ୍ ଖୋଲାଯାଇପାରେ | ସପିଙ୍ଗ୍ ମଲ୍ ଖୋଲିବାର ସପ୍ତାହେ- ଦୁଇ ସପ୍ତାହ ପରେ ସିନେମା ହଲ୍ ଖୋଲାଯାଇପାରେ | ମାର୍ଚ୍ଚ ୨୪ ତାରିଖରୁ ଦେଶର ସମସ୍ତ ସପିଙ୍ଗ୍ ମଲ୍ ଓ ସିନେମା ହଲ୍ ବନ୍ଦ ରହିଛି |

ଏନ୍ଡ଼ିଏମଏ କେନ୍ଦ୍ର ସରକାର ଓ ରାଜ୍ୟମାନଙ୍କୁ ଲକ୍ ଡାଉନ୍ ରଖିବାକୁ ନିର୍ଦେଶ ଦେଇଥିଲେ | ଏହାପରେ ଗୃହ ମନ୍ତ୍ରାଳୟ ନୂଆ ଗାଇଡଲାଇନ୍ ଜାରି କରିଥିଲେ | ଗାଇଡଲାଇନ୍ ଅନୁଯାୟୀ, ସିନେମା ହଲ୍, ସପିଙ୍ଗ୍ ମଲ୍, ଜିମ୍, ସୁଇମିଙ୍ଗ୍ ପୁଲ୍, ପାର୍କ, ଥିଏଟର୍, ଅଡିଟୋରିଅମ୍ ଆଦି ବନ୍ଦ ରଖାଯାଇଛି |

{"id":271827,"width":587,"height":329,"sizeSlug":"large"}

ସିନେମା ହଲରେ ଦର୍ଶକଙ୍କ ବସିବା ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରାଯାଇପାରେ ବୋଲି ଅଜୟ ବିଜଲୀ କହିଛନ୍ତି | ଫ୍ୟାମିଲି ଏବଂ ଗ୍ରୁପରେ ଆସିଥିବା ଲୋକଙ୍କୁ ଗୋଟିଏ ଜାଗାରେ ବସିବାକୁ ଦିଆଯିବ | କିନ୍ତୁ ଅନ୍ୟମାନଙ୍କୁ କିଛି ଦୂରରେ ବସିବାକୁ ଦିଆଯିବ | ସିନେମା ହଲ୍ ଖୋଲିବା ପରେ ସାମାଜିକ ଦୂରତା ପାଳନ କରାଯାଇପାରେ | ଲକ୍ ଡାଉନ୍ ଖୋଲିବା ପରେ ଅନେକ ଫିଲ୍ମ ରିଲିଜ୍ ହୋଇପାରେ ବୋଲି ସେ କହିଛନ୍ତି |

ମେ ୧୫ ତାରିଖରେ PVR ଅନଲାଇନ ପ୍ଲାଟଫର୍ମରେ ଫିଲ୍ମ ରିଲିଜକୁ ଦୃଷ୍ଟିରେ ରଖି ଏକ ବୟାନ ଜାରି କରିଥିଲେ | ବୟାନ ଜରିଆରେ ସେ ଫିଲ୍ମ ନିର୍ମାତାଙ୍କୁ ନିବେଦନ କରିଥିଲେ ଯେ ଥିଏଟର ଖୋଲିବା ଯାଏଁ ସେ ନିଜ ଫିଲ୍ମ ରିଲିଜ କରିବାକୁ ଅପେକ୍ଷା କରନ୍ତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.